ଆଜି ଭାରତର ଏଇ ତିନି ସହରରେ ଦୃଶ୍ୟମାନ ହେବ ସ୍ପେଶ ଷ୍ଟେଶନ

ନୂଆଦିଲ୍ଲୀ: ଅନ୍ତରୀକ୍ଷ ରହସ୍ୟମୟ । ହେଲେ ଏଇ ରହସ୍ୟର ଆକର୍ଷଣକୁ କିଏ ବା ଏଡାଇପାରେ ? ଘନ ଅନ୍ଧାର ଆକାଶରେ ଚିକ୍‌ମିକ୍‌ କରୁଥିବା ତାରା, ଗ୍ରହ, ଚନ୍ଦ୍ରଙ୍କ ସହ ରହିଛି ଆଉ ଏକ ଅକର୍ଷଣୀୟ ଜିନିଷ । ଜାଣନ୍ତି ତାହା କ’ଣ ?  ତାହା ହେଉଛି ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେଶନ। 

 ଭାରତର ୩ ଭିନ୍ନ ଭିନ୍ନ ସହରରେ ଆଜି ରାତିରେ ଏଇ ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେଶନ ଦେଖାଯିବ। ଅବଶ୍ୟ ଖୁବ୍‌ କମ୍‌ ସମୟ ପାଇଁ ଏହା ଦୃଶ୍ୟ ହେବ। ତଥାପି ଏହାକୁ ଦେଖିବା ପାଇଁ ଲୋକଙ୍କ ମନରେ ଉତ୍କଣ୍ଠା । ମହାକାଶରେ ଏହି ସ୍ପେଶ ଷ୍ଟେଶନ ସେତିକିବେଳେ ଦେଖାଯିବ ଯେତେବେଳେ ଏହା କୌଣସି ସହରରେ ୯୦ ଡିଗ୍ରୀ କୋଣରେ ରହିବ ।

ମହାକାଶ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ଆଜି ଗୁଜରାଟର ରାଜକୋଟ, ଅହମ୍ମଦାବାଦ, ରାଜସ୍ଥାନର ଜୟପୁର ଏବଂ ଦିଲ୍ଲୀ ଆକାଶରେ ଏହି ସ୍ପେଶ ଷ୍ଟେସନ ଦେଖାଯିବ। ଏଇ ସହର ଏବଂ ସ୍ପେଶ ଷ୍ଟେସନ ଯେତେବେଳେ ୯୦ ଡିଗ୍ରୀ କୋଣରେ ରହିବେ ସେତେବେଳେ ଆକାଶରେ ଏହା ଦୃଶ୍ୟ ହେବ।

ସୂଚନାଥାଉ କି, ମଙ୍ଗଳବାର ରାତି ୮ଟା ୩୫ ମିନିଟରେ ରାଜକୋଟ ଏବଂ ଅହମ୍ମଦାବାଦରେ ଏବଂ ୮ଟା ୩୭ ମିନିଟ୍‌ରେ ଦିଲ୍ଲୀରେ  ଏହି ସ୍ପେଶ ଷ୍ଟେଶନ ଦୃଶ୍ୟ ହେବ । ଏହି ୩ ସହରରେ କେବଳ ୬ ମିନିଟ ପାଇଁ ଦେଖା ହେବ। ଅନ୍ତରୀକ୍ଷରେ ଏହି ସ୍ପେଶ ସେଣ୍ଟର ଉଡାଜାହାଜ ପରି ଦେଖାଯିବ। ହେଲେ ଏହାର ବେଗ ଆହୁରି ତୀବ୍ର ରହିବ।

ସୂଚନାଥାଉ କି, ସ୍ପେଶ ଷ୍ଟେଶନ ପ୍ରତି ଦିନ ପୃଥିବୀକୁ ୧୬ ଥର ପରିକ୍ରମା କରିଥାଏ। ବିଭିନ୍ନ ସମୟରେ ବିଭିନ୍ନ ଦେଶରେ ଏହି ସ୍ପେଶ ଷ୍ଟେଶନ ଦେଖିବାକୁ ମିଳିଥାଏ।

You might also like