ସିଏଏ ବିକ୍ଷୋଭ: ଏସ୍‌ପି ଛାତ୍ର ନେତ୍ରୀଙ୍କ ସହିତ ୮ ଗିରଫ

ଲକ୍ଷ୍ନୌ: ସମାଜବାଦି ପାର୍ଟି ଛାତ୍ର ସଂଗଠନ ନେତ୍ରୀ ପୂଜା ଶୁକ୍ଲାଙ୍କ ସହିତ ସିଏଏ ବିରୋଧୀ ବିକ୍ଷୋଭରେ ସାମିଲ୍‌ ଥିବା ଅଭିଯୋଗରେ ୮ଜଣଙ୍କୁ ଗିରଫ୍‌ କରି ଜେଲ୍ ପଠାଇଛି ଉତ୍ତର ପ୍ରଦେଶ ପୁଲିସ। ଗିରଫ ୮ଜଣଙ୍କ ମଧ୍ୟରେ ଜଣେ ଦିଲ୍ଲୀର ସାହିନବାଗ ବିକ୍ଷୋଭର ମୁଖ୍ୟ କାରପଟଦାର ଥିବା ଉତ୍ତର ପ୍ରଦେଶ ପୁଲିସ କହିଛି।

ଦିଲ୍ଲୀର ଜାମିଆନଗରରେ ରହୁଥିବା ଫୈଜାନ ଇଲ୍ଲହୀ ନାମକ ଏହି ବ୍ୟକ୍ତି ସାହିନବାଗରେ ହେଉଥିବା ସିଏଏ ବିରୋଧୀ ବିକ୍ଷୋଭରେ ମୁଖ୍ୟ ଭୂମିକା ନିଭାଉଥିଲା। ଦିଲ୍ଲୀର କ୍ଲକ୍‌ ଟାୱରରେ ଠୁଳ ହୋଇ ଅଶାନ୍ତି ସୃଷ୍ଟି କରୁଥିବା ମହିଳା ବିକ୍ଷୋଭକାରୀଙ୍କ ସମ୍ପର୍କରେ ରହୁଥିଲା ଫୈଜାନ। ଏହି ସୂଚନା ଦେଇଛନ୍ତି ଲକ୍ଷ୍ନୌର ଅତିରିକ୍ତ ଡିସିପ ବିକାଶ ତ୍ରିପାଠୀ। ସରକାରୀ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି।

ଶନିବାର ଅପରାହ୍ନରେ ପୂଜା ଶୁକ୍ଲା ତାଙ୍କର କିଛି ପୁରୁଷ ସହପାଠୀଙ୍କ ସହିତ ମିଶି ଦିଲ୍ଲୀର କ୍ଲକ୍‌ ଟାୱରେ ହୋଇଥିବା ବକ୍ଷୋଭ ସ୍ଥଳକୁ ଆସିଥିଲେ। ପୁଲିସ୍‌ ସେନାଙ୍କୁ ଦୁର୍ବବ୍ୟବହାର କରିବା ସହିତ ଖରାପ ଭାଷାରେ ଗାଳିଗୁଲଜ କରିଥିଲା ବୋଲି ଜଣେ ମହିଳା ବିକ୍ଷୋଭକାରୀ କହିଥିଲେ।

ତେବେ ଲକ୍ଷ୍ନୌ ପୁଲିସ୍ ଏହି ଘଟଣାରେ ୧୦ ଜଣଙ୍କ ନାଁରେ ମାମଲା ରୁଜ୍ଜୁ କରିଛି। ଏଥିରେ ଜଣାଶୁଣା ମୁସଲିମ ଧର୍ମଜ୍ଞ ମୌଲାନା କଲବେ ସାଦିକ୍‌ଙ୍କ ପୁଅ କଲବେ ସିବତେନଙ୍କ ନାଁ ମଧ୍ୟ ରହିଛି। ଏଥିସହିତ ୧୪୪ ଧାରା ଉଲ୍ଲଙ୍ଘନ ଅଭିଯୋଗରେ ଶତାଧିକ ବିକ୍ଷୋଭକାରୀଙ୍କ ନାଁରେ ମଧ୍ୟ ମାମଲା ରୁଜ୍ଜୁ ହୋଇଛି।

You might also like