ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କମଲ ହାସନ

ଚେନ୍ନାଇ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଉଥ ସୁପରଷ୍ଟାର୍ କମଲ ହାସନ ଭେଟିଛନ୍ତି। ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭର ରୋଡ୍ ସୋ ପାଇଁ ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ଅଛନ୍ତି। ଏହି ସମୟରେ କମଲ ହାସନ ତାଙ୍କୁ ଭେଟିଛନ୍ତି।

ସାକ୍ଷାତ ପରେ ଅଭିନେତାରୁ ନେତା ପାଲଟିଥିବା କମଲ ହାସନ କହିଛନ୍ତି, ରାଜନୀତିରେ ନୂଆ ହୋଇଥିବାରୁ ପରାମର୍ଶ ନେବାକୁ ଆସିଥିଲି। ଏହା ଛଡ଼ା ନବୀନଙ୍କର ଜଣେ ବଡ଼ ଫ୍ୟାନ ବୋଲି ମଧ୍ୟ ସେ ନିଜକୁ କହିଛନ୍ତି। ସୁଶାସନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରିବା ସହିତ ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଯେଉଁ ସବୁ ପଦକ୍ଷେପ ରାଜ୍ୟ ସରକାର ନେଇଛନ୍ତି, ତାହା ସମସ୍ତଙ୍କ ପାଇଁ ଶିକ୍ଷଣୀୟ ବୋଲି କମଲ ହାସନ କହିଛନ୍ତି।

You might also like