ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୩୬ ଯାତ୍ରୀ ମୃତ

ତାଇପେ: ତଇୱାନର ପୂର୍ବ ତଟରେ ଥିବା ଏକ ଟନେଲରେ ଶୁକ୍ରବାର ଭୟଙ୍କର ରେଳ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଟ୍ରେନ ଟ୍ରକ ସହ ପିଟି ହେବା ପରେ ଲାଇନଚ୍ୟୁତ  ହୋଇଯାଇଥିଲା।  ଫଳରେ ୩୬ ଜଣଙ୍କର ମୃତ୍ୟୁ ଘଟିଛି। ୭୨ରୁ ଅଧିକ ଗୁରୁତର ହୋଇଛନ୍ତି। ଟ୍ରେନ୍‌ରେ ପ୍ରାୟ ୩୫୦ରୁ ଅଧିକ ଯାତ୍ରୀ ଥିଲେ।  ଉଦ୍ଧାରକାରୀ ଦଳ ଘଟଣାସ୍ଥଳରା ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି।

ଟ୍ରେନ୍‌ଟି ତାଇତୁଙ୍ଗ ଯାଉଥିବାବେଳେ ହୁଲେନ ନିକଟରେ ଟନେଲରୁ ବାହାରିବା ସମୟରେ ଟନେଲ କାନ୍ଥରେ ପିଟି ହୋଇ ଯାଇଥିଲା। ଶୁକ୍ରବାର ସରକାରୀ ଛୁଟି ଥିବାବେଳେ ତୋରକ ଜର୍ଜ ଦର୍ଶନୀୟ କ୍ଷେତ୍ର ନିକଟରେ ସକାଳ ୯ଟାରେ ୮୦ରୁ ୧୦୦ ଜଣ ଲୋକ ପ୍ରଥମ ୪ଟି ବଗିରୁ ଉଦ୍ଧାର କରାଯାଇଛି। ଗତ ୩ ଦଶକ ମଧ୍ୟରେ ଏହା ସବୁଠାରୁ ବଡ ସଡକ ଦୁର୍ଘଟଣା ବୋଲି କୁହାଯାଇଛି।

ରାଷ୍ଟ୍ରପତି ସାଇ ଇଂଗ-ବେନଙ୍କ କାର୍ଯ୍ୟାଳୟସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଡାକ୍ତରଖାନାରେ ଚିକିତ୍ସାର ସମସ୍ତ ସୁବିଧା ଯୋଗାଇ ଦେବାକୁ କୁହାଯାଇଛି। ଫସି ରହିଥିବା ଲୋକଙ୍କୁ କିପରି ସୁରକ୍ଷିତ ଉଦ୍ଧାର କରାଯିବା ସେ ଦିଗରେ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

You might also like