ଏଣିକି ଦକ୍ଷିଣ କୋରିଆରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ, ନିର୍ଭୟରେ ବୁଲିପାରିବେ ଲୋକ

ସିଓଲ୍: ସାରା ବିଶ୍ୱରେ କରାେନା ମହାମାରୀ  କାୟା ବିସ୍ତାର କରି ରଖିଥିବା ବେଳେ ସମସ୍ତଙ୍କୁ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି । କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ଦକ୍ଷିଣ କୋରିଆବାସୀଙ୍କୁ ମାସ୍କ ପ୍ରତି ଗରୁତ୍ୱ ନଦେବାକୁ କୁହାଯାଉଛି ।

ଦକ୍ଷିଣ କୋରିଆବାସୀଙ୍କ ପାଇଁ ଖୁସି ଖବର । ସେମାନେ ଖୁବ୍‌ଶୀଘ୍ର ନିର୍ଭୟରେ ଘରୁ ବାହାରକୁ ଆସିପାରିବେ । କରୋନା ମହାମାରୀ ପରିସ୍ଥିତିରେ ମଧ୍ୟ ସେ ଏବେ ଘରୁ ନିର୍ଦ୍ୱନ୍ଦ୍ୱରେ ବାହାରିପାରିବେ । ଦକ୍ଷିଣ କୋରିଆ ବୁଧବାର କହିଛି ଯେ, ଆସନ୍ତା ଜୁଲାଇରୁ ଘରୁ ବାହାରକୁ ବାହାରିଲେ ଏଣିକି ମାସ୍କ ଲଗାଇବା ଆବଶ୍ୟକ ନାହିଁ । ଯେଉଁମାନେ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହା କୁହାଯାଇଛି । ଦକ୍ଷିଣ କୋରିଆର ଏହି ପଦକ୍ଷେପ ଟିକାକରଣକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି । ସରକାରଙ୍କ  କହିବାନୁଯାୟୀ ଏଭଳି ପଦକ୍ଷେପ କେବଳ ଲୋକଙ୍କୁ ଟିକାକରଣ ପାଇଁ ଉତ୍ସାହିତ କରିବା ମୁଖ୍ୟ ଉଦେଶ୍ୟ । କାରଣ ସେପ୍ଟେମ୍ବର ସୁଦ୍ଧା ଦକ୍ଷିଣ କୋରିଆ ଏହାର ୫୨ ନିୟୁତ ଲୋକଙ୍କ ମଧ୍ୟରୁ ଅତିକମରେ ୭୦ ପ୍ରତିଶତ ଲୋକଙ୍କ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛି । ବର୍ତ୍ତମାନ ଦେଶରେ କେବଳ ୭.୭ ପ୍ରତିଶତ ଲୋକଙ୍କୁ ଟିକାକରଣ କରାଯାଇଛି ।

କରୋନା ଭାଇରସକୁ ନେଇ ଏକ ପ୍ରତିକ୍ରିୟା ବୈଠକରେ ପ୍ରଧାନମନ୍ତ୍ରୀ କିମ ବୋ-କ୍ୟୁମ କହିଛନ୍ତି ଯେ, ଯେଉଁ ଲୋକମାନେ ଅତି କମରେ ପ୍ରଥମ ଡୋଜ ନେଇସାରିଛନ୍ତି ସେମାନଙ୍କୁ ମଧ୍ୟ ଜୁନ୍ ମାସଠାରୁ ବହୁ ସଂଖ୍ୟାରେ ଏକାଠି ହେବାକୁ ଅନୁମତି ଦିଆଯିବ । କିନ୍ତୁ ଅକ୍ଟୋବର ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍‌ ନିୟମରେ କୌଣସି ପ୍ରକାର କୋହଳ କରାଯିବ ନାହିଁ । ସେ ଆହୁରି କହିଛନ୍ତି ଯେତେବେଳେ ଦେଶର ୭୦% ରୁ ଅଧିକ ଲୋକଙ୍କୁ ପ୍ରଥମ ଡୋଜ୍‌ ଟିକାକରଣ ସରିବ, ସେତେବେଳେ କ୍ୱାରେଣ୍ଟାଇନ୍‌ର ସମସ୍ତ କଟକଣା ମଧ୍ୟ କୋହଳ କରାଯିବ ।

ସ୍ୱାସ୍ଥ୍ୟମନ୍ତ୍ରୀ କ୍ୱୋନ୍ ଦେଓକ୍-ଚିଓଲ୍ କହିଛନ୍ତି ଯେ, ୬୦ ରୁ ୭୪ ବର୍ଷ ବୟସର ୬୦% ରୁ ଅଧିକ ଲୋକ ଟିକାକରଣ ପାଇଁ ପଞ୍ଜିକରଣ କରିସାରିଛନ୍ତି । ସୂଚନାଯୋଗ୍ୟ ଦକ୍ଷିଣ କୋରିଆରେ ମଙ୍ଗଳବାର ଗୋଟିଏ ଦିନରେ ୭୦୭ ନୂଆ ମାମଲା ଚିହ୍ନଟ ହୋଇଛି । ଯାହାଫଳରେ ଏଠାରେ ମୋଟ ମାମଲା ୧ ଲକ୍ଷ ୩୭ ହଜାର ୬୮୨ ସଂଖ୍ୟା ଅତିକ୍ରମ କରିଛି । ଏହି ଦେଶରେ ଏଠାରେ ଏବେ ସୁଦ୍ଧା କରୋନାରେ ୧୯୪୦ଜଣଙ୍କର ମୃତ୍ୟୁ ହୋଇଛି ।

You might also like