ଚାଲାକ କୁମ୍ଭୀରର ଚିତା ଶିକାର: ବେକକୁ ଧରି ପାଣିକୁ ଝାମ୍ପିନେଲା, ଦେଖନ୍ତୁ ଭିଡିଓ

ଛେଳି, ବିଲୁଆ ପରି ଜନ୍ତୁମାନଙ୍କୁ ବାଘ ଶିକାର କରିବା ଆମେ ଜାଣିଛୁ । ବେଳେବେଳେ ବାଘ ମଣିଷ ଶିକାର ବି କିରେ।  ହେଲେ ବାଘ କେବେ କାହାର ଶିକାର ହେବା ଜାଣିଛନ୍ତି ? ସେ ପୁଣି କୁମ୍ଭୀରର ! ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଶିକାରୀ ବି ବେଳେବେଳେ ଏମିତି ଶିକାର ବନିଯାଏ।  ସୋଶାଲ ମିଡିଆରେ ଏମିତି ଏକ ଚମକାଇ ଦେଲା ପରି  ଭିଡିଓ ବେଶ ଭାଇରାଲ ହୋଇଛି। ଭିଡିଓଟିକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓଟି ଦକ୍ଷିଣ ଆଫ୍ରିକାର। ୧୩ ଫୁଟର କୁମ୍ଭୀରଟି ଏକ ଚିତାକୁ ଧରି ପାଣିକୁ ଭିତରକୁ ନେଇ ଯାଉଛି।

ଡେଲି ମେଲର ଏକ ରିପୋର୍ଟ ଅନୁଯାୟୀ, ଭିଡିଓକୁ ସାଉଥ ଆଫ୍ରିକାର ୱାଇଲ୍‌ଡ ଏୟର ସଫାରୀ ଗାଇଡ୍‌ ବୁସାନୀ ମଥାଲି ଦ୍ୱାରା ଏହି ଭିଡିଓ କ୍ୟାପଚର କରାଯାଇଛି।

ଭିଡିଓରେ ଦେଖିବାକୁ ମିଳିଛି, ଏକ ଚିତା ପାଣି ପିଇବାକୁ ନଦୀ କୂଳକୁ ଆସିଛି। ହେଲେ ଚିତାକୁ ଜଣାନାହିଁ ଯେ, ତାକୁ ଏକ କୁମ୍ଭୀର ଲୁଚି ଲୁଚି ଦେଖୁଛି ବୋଲି। ପାଣି ପିଇବା ପାଇଁ ଚିତାଟି ଯେମିତି ନିଜ ମୁହଁକୁ ତଳକୁ କରିଛି, ୧୩ ଫୁଟ ଲମ୍ବର ଏହି କୁମ୍ଭୀର ଗୋଟିଏ ବି ମୁହୂର୍ତ୍ତ ନଷ୍ଟ ହେବାକୁ ଦେଇ ନାହିଁ। ତୁରନ୍ତ ଝାମ୍ପି ପଡ଼ିଛି ଚିତା ଉପରକୁ । ସିଧା ତା’ର ବେକ ଧରି ପକେଇଛି। ତା ପରେ ତାକୁ ପାଣି ଭିତରକୁ ଟାଣି ନେଉଛି। କୁମ୍ଭୀର ପାଟିରେ ପଡି ଚିତାଟି କିଛି ସମୟ ଛଟପଟ ହେଉଥିବା ଦେଖିବାକୁ ମିଳିଛି। ନିଜର ସବୁ ବଳ, କୌଶଳ ଦେଖାଇ କୁମ୍ଭୀର ମୁହଁରୁ ଖସିବାକୁ ଚେଷ୍ଟା କରୁଛି। କିନ୍ତୁ ସଫଳ ହୋଇ ପାରୁନି।

ଦ ସନ୍‌ କହିବା ଅନୁଯାୟୀ, ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଗାଇଡ ଏହି ଦୃଶ୍ୟକୁ ଦେଖାଉଛନ୍ତି ଏବଂ ଘଟଣାକୁ ଅତ୍ୟନ୍ତ ଦର୍ଦନାକ ବୋଲି କହୁଛନ୍ତି। ହେଲେ ଏ ନେଇ କିଛି କରି ହେବନି। କାରଣ ଚିତା ଯେତେବେଳେ ପାଣି ପିଉଥିଲା, କୁମ୍ଭୀର ତାକୁ ଶିକାର ବୋଲି ଛକି ବସିଥିଲା।

ଫେସବୁକ୍‌ରେ WildEarth.TV  ଏହାର ଫୁଟେଜ ସେୟାର କରି ଲେଖିଛି, ମା’ ତା’ର ଦୁଇ ସନ୍ତାନଙ୍କୁ ନେଇ ପାଣି ପିଇବା ପାଇଁ ନଦୀ କୂଳରେ ପହଞ୍ଚିଛି।  ହେଲେ ସେଠାରେ କୁମ୍ଭୀର ଶିକାର ପାଇଁ ଛକି ବସିଥିବା ସେମାନେ ଜାଣି ନାହାନ୍ତି। ଯେମିତି ଗୋଟିଏ ଶାବକ ପାଣି ପିଇବା ପାଇଁ ନଦୀ କୂଳରେ ପହଞ୍ଚିଛି, କୁମ୍ଭୀର ଶିକାର ପାଇଁ ଉଠିଛି। ଏହା ପରେ ଯାହା ହେଲା ତାହା ଅତ୍ୟନ୍ତ ଦର୍ଦନାକ ଥିଲା।

ଶେଷରେ ଦେଖିବାକୁ ମିଳୁଛି, ସାଙ୍ଗରେ ଆସିଥିବା ଅନ୍ୟ ଚିତା ଦୁଇଟି କିଛି ସମୟ ଏପଟ ସେପଟ ଦେଖୁଛନ୍ତି। ପାଣିକୁ ବି ଚାହୁଁଛନ୍ତି। ଶେଷରେ ଫେରି ଯାଉଛନ୍ତି।

You might also like