ଲକଡାଉନ ୪.୦: ନିର୍ଦ୍ଦିଷ୍ଟ ଅଞ୍ଚଳରେ ମିଳିପାରେ ବସ୍‌ ଓ ବିମାନ ସେବା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣରୁ ମୁକ୍ତି ପାଇଁ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଜାରି କରାଯିବାର ଆଭାସ ମିଳିଲାଣି। ଆଉ ୨ ଦିନ ପରେ ଅର୍ଥାତ୍‌ ମେ’ ୧୭ ରାତିରେ ଶେଷ ହେବ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ। ତେବେ ୪ର୍ଥ ପର୍ଯ୍ୟାୟ ଲକ୍‌ ଡାଉନ ଅନ୍ୟ ପର୍ଯ୍ୟାୟଠାରୁ ଭିନ୍ନ ହେବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ସୂଚନା ଦେଇ ସାରିଛନ୍ତି। ଆହୁରି ୧୪ ଦିନ ପାଇଁ ଲକଡାଉନ ବଢାଇ ଦିଆଯାଇ ପାରେ ବୋଲି ସୂଚନା ମିଳିଛି। ତେବେ ଏହି ପର୍ଯ୍ୟାୟ ଲକ୍‌ ଡାଉନରେ ଜୀବନଯାତ୍ରା ସାମାନ୍ୟ ସ୍ୱାଭାବିକ ହେବ ବୋଲି ଅନୁମାନ କରାଯାଉଛି।

କରୋନା ସ୍ଥିତିକୁ ଦେଖି କ’ଣ ସବୁ କୋହଳ କରାଯିବା ଦରକାର, ସେନେଇ ୧୫ ତାରିଖ ସୁଦ୍ଧା ପ୍ରସ୍ତାବ ଦେବାକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କୁହାଯାଇଥିଲା। ଏକାଧିକ ରାଜ୍ୟ ଲକଡାଉନ ୪.୦ ସମ୍ପର୍କରେ କେନ୍ଦ୍ରକୁ ଅବଗତ କରାଇଛନ୍ତି। ଅଧିକାଂଶ ରାଜ୍ୟ କଟକଣା କୋହଳ କରିବାକୁ କହିଛନ୍ତି। ତେବେ ଓଡ଼ିଶାରେ ପ୍ରବାସୀ ଶ୍ରମିକଙ୍କ ଆଗମନ ବ‍ଢ଼ୁଥିବାରୁ ଓଡ଼ିଶା ସରକାର ଲକଡାଉନ ୪.୦ରେ ଅଧିକ କୋହଳ ନୀତି ଆପଣାଇବା ସପକ୍ଷରେ ନଥିବା କୁହାଯାଉଛି।

ଗୃହ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ୪ର୍ଥ ପର୍ଯ୍ୟାୟ ଲକଡାଉନ ବେଳେ କେନ୍ଦ୍ର ସରକାର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ବା ରାଜ୍ୟରେ ବିମାନ ଓ ବସ ଚଳାଚଳ ପାଇଁ ଅନୁମତି ଦେଇପାରନ୍ତି। ବସ ଚଳାଚଳ କରିବାକୁ ଥିଲେ ମଧ୍ୟ ଏହା ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତାୟାତ କରିପାରିବ କି ନାହିଁ, ତା’ର ନିଷ୍ପତ୍ତି ସଂପୃକ୍ତ ରାଜ୍ୟଗୁଡ଼ିକ ନେବେ

ସେହିପରି ନିଜ ରାଜ୍ୟରେ ସୀମାକୁ ଖୋଲିବା ଅଧିକାର କେବଳ ରାଜ୍ୟ ସରକାରଙ୍କର ରହିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି। ସେ ଆହୁରି କହିଛନ୍ତି,  ରାଜ୍ୟର କେଉଁ ଅଞ୍ଚଳକୁ କରୋନା ହଟସ୍ପଟ ଭାବେ ଚିହ୍ନଟ କରାଯିବ, ତା’ର ନିଷ୍ପତ୍ତି ରାଜ୍ୟ ସରକାର ନେବେ ।  ନନ୍‌ ହଟସ୍ପଟ ଜୋନରେ କମ ସଂଖ୍ୟକ ଲୋକଙ୍କୁ ନେଇ ସ୍ଥାନୀୟ ବସଗୁଡ଼ିକ ଚଳାଚଳ କରିପାରିବ।

ସେହିପରି ସରକାର ଆସନ୍ତା ସପ୍ତାହରୁ ଘରୋଇ ଆକାଶ ପଥ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଟ୍ରେନ ସେବା ମେ‘ ୧୨ରୁ ହିଁ ଆରମ୍ଭ ହୋଇସାରିଛି। ଲକଡାଉନ ୪.୦ରେ ସବୁ ପ୍ରକାରର ସାମଗ୍ରୀ ହୋମ ଡେଲିଭରୀ ପାଇଁ ଅନୁମତି ମିଳିବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ଅରୁଣାଚଳ ପ୍ରଦେଶ, ଦିଲ୍ଲୀ, କେରଳ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକା ଓ ଗୁଜରାଟ ଭଳି ରାଜ୍ୟଗୁଡ଼ିକ ସବୁଠାରୁ ଅଧିକ ସେକ୍ଟର ଲକଡାଉନ ୪.୦ ବେଳେ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି। ବିଶେଷ କରି କରୋନାକୁ ଠିକ ଭାବେ ମୁକାବିଲା କରିପାରିଥିବା କେରଳ ସରକାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ମେଟ୍ରୋ, ଆଞ୍ଚଳିକ ଟ୍ରେନ ସେବା, ଘରୋଇ ବିମାନ ଚଳାଚଳ, ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବାକୁ ପ୍ରସ୍ତାବ ଦେଇଛି।

ତେବେ ଓଡ଼ିଶା, ବିହାର ଓ ଝାରଖଣ୍ଡ ପକ୍ଷରୁ ଲକଡାଉନକୁ ଅଧିକ ଶକ୍ତ ଭାବେ ପାଳନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ୩ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏମାନେ ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପ୍ରସ୍ତାବ ଦେଇଥିବା ଅଧିକାରୀ ଜଣଙ୍କ କହିଛନ୍ତି।

ଆହୁରି ପଢ଼ନ୍ତୁ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

You might also like