ଆତଙ୍କୀ ଗୁଳିରେ ଟଳି ପଡ଼ିଲେ ଅଜା, ୩ ବର୍ଷର ନାତିକୁ ବଞ୍ଚାଇଲେ ଯବାନ୍

ଶ୍ରୀନଗର: ଅଜାଙ୍କ ହାତ ଧରି ନାତି ବାହାରିଲା ବଜାର ବୁଲି। ବାଟରେ ଗଲାବେଳେ ହଠାତ୍ ଶୁଣିବାକୁ ମିଳିଲା ଗୁଳି ବର୍ଷା। ସେହି ଗୁଳିରେ ଟଳି ପଡ଼ିଲେ ଅଜା। ଅଜାଙ୍କୁ ଏମିତି ତଳେ ପଡ଼ିଯିବାର ଦେଖି ୩ ବର୍ଷର କୁନି ନାତି କିଛି ବୁଝିପାରିଲା ନାହିଁ। ରାସ୍ତାରେ ରକ୍ତରେ ଭିଜିଥିବା ଅଜାଙ୍କ ଛାତି ଉପରେ ବସି ସେ ତାଙ୍କୁ ବାରମ୍ବାର ଡାକିବାରେ ଲାଗିଲା। କାଳେ ତା’ ଅଜା ପୁଣି ଉଠି ତାକୁ ବୁଲାଇବାକୁ ନେବେ କି? କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ଅଜା ଆଉ ଉଠିଲେ ନାହିଁ।

ଆତଙ୍କୀର ଏହି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି ଜମ୍ମୁ ଓ କଶ୍ମୀରର ସୋପୋରରେ। ସୋପୋରରେ ବୁଧବାର ସକାଳେ ସିଆରପିଏଫ୍ ଟିମ୍ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଏକ ବଜାରରେ ଘଟିଥିଲା, ଯେଉଁଥିରେ ସିଆରପିଏଫର ଦୁଇଜଣ ଯବାନ୍ ଶହିଦ୍ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ତେବେ ବଡ଼ କଥା ହେଉଛି ଆତଙ୍କୀଙ୍କ ଆକ୍ରମଣରେ ଦୁଇଜଣ ନାଗରିକ ପ୍ରାଣ ହରାଇଛନ୍ତି। ଏଥିରେ ଜଣେ ୬୦ ବର୍ଷୀୟ ବୃଦ୍ଧ ସାମିଲ୍‌ ଅଛନ୍ତି। ମୃତ ବୃଦ୍ଧଙ୍କ ନାଁ ହେଉଛି ବଶୀର ଅହମ୍ମଦ।

ବଶୀର ନିଜ ୩ ବର୍ଷର ନାତି ସୋହେଲର ଜିଦ୍ ଯୋଗୁ ତାକୁ ବଜାରକୁ ବୁଲାଇବାକୁ ଆଣିଥିଲେ। ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଚାଲିଥିବା ଗୁଳିବର୍ଷାରେ ବଶୀରଙ୍କ ଶରୀରରେ ମଧ୍ୟ ଗୁଳି ବାଜି ଥିଲା ଏବଂ ସେହିଠାରେ ହିଁ ସେ ଟଳି ପଡ଼ିଥିଲେ। ଗୁଳିବର୍ଷା ମଧ୍ୟରେ ସୋହେଲ ନିଜ ଅଜା ବଶୀରଙ୍କ ମୃତଦେହ ଉପରେ ବସି ରହିଥିଲା। ତା’ ଅଜାଙ୍କ ସହ କ’ଣ ଘଟିଲା, ତାହା ସୋହେଲକୁ ଜଣାନଥିଲା।

ଏହି ସମୟରେ ଆତଙ୍କୀ ସହ ଲଢ଼ୁଥିବା ଜଣେ ଯବାନ୍ କୁନି ପିଲାଟିକୁ ନିଜ ପାଖକୁ ଆସିବାକୁ ଇସାରା କରିଥିଲେ। ତା’ପରେ ପିଲାଟି କିଛି ବୁଝିବା ପୂର୍ବରୁ ଯବାନଙ୍କ ନିକଟକୁ ଚାଲିଯାଇଥିଲା। ଏହି ସମୟରେ ସିଆରପିଏଫର ଅନ୍ୟ ଜଣେ ଯବାନ୍ କୁନି ପିଲାଟିକୁ ନିଜ କାନ୍ଧରେ ଉଠାଇ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। ମଝିରେ ମଝିରେ ସୋହେଲ କାନ୍ଦି ପକାଉଥାଏ ଏବଂ ଯବାନ ତାକୁ ବୁଝାଉଥାନ୍ତି। ପରେ ଯବାନ୍ ପିଲାଟିକୁ ବିସ୍କୁଟ୍ ଓ ଚଟକେଟ୍ ଖାଇବାକୁ ଦେଲେ।

ଏହା ପରେ ଯବାନ୍ ଜଣକ କୁନି ପିଲାକୁ ଗାଡ଼ିରେ ବସାଇ ତା’ ମାଆ ପାଖକୁ ନେଇଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ପିଲାଟି କାନ୍ଧୁଛି ଏବଂ ନିଜ ମା’ ପାଖକୁ ଯିବାକୁ କହୁଛି। ସୌ ଭାଗ୍ୟବଶତଃ କୁନି ପିଲାଟି ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିଲା।

ଆହୁରି ପଢ଼ନ୍ତୁ

ରାହୁଲ ଓ ପ୍ରିୟଙ୍କାଙ୍କ ନାଁରେ ଥାନାରେ ମାମଲା ରୁଜୁ

ଏମିତି ଅବସ୍ଥାରେ ଉଦ୍ଧାର ହେଲା ନାବାଳିକାଙ୍କ ମୃତଦେହ

ସିବିଆଇ ତଦନ୍ତ ଦାବି କଲେ ହାଥରସ ପୀଡ଼ିତାଙ୍କ ଭାଇ; କହିଲେ, ବାପା ଚାପରେ ବୟାନ ଦେଇଛନ୍ତି

ହାଥରସ ପୀଡ଼ିତା ବାପାକୁ ଧମକାଉଥିଲେ କି ଡିଏମ୍‌? ଭିଡିଓ ଭାଇରାଲ୍

ହାଥରସ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇନି: ୟୁପି ପୋଲିସ

କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

You might also like