ଲକ୍‌ଡାଉନ: ଅଫିସ, ଫ୍ୟାକ୍ଟ୍ରି ଗୁଡ଼ିକ ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା ହେବାପରେ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗାଇଡ ଲାଇନ୍ ଜାରି କରିଛି। ହେଲେ କର୍ମକ୍ଷେତ୍ର ଓ ଫ୍ୟାକ୍ଟ୍ରି ଗୁଡିକରେ ସାମାଜିକ ଦୂରତା ପାଇଁ ଏସଓପି ପାଳନ କରିବାକୁ ସବୁ କମ୍ପାନୀ ଓ ସଂସ୍ଥା ଗୁଡ଼ିକୁ କୁହାଯାଇଛି।

ଗାଇଡଲାଇନ ଅନୁଯାୟୀ ଅଫିସରେ ଏହିସବୁ ଏସଓପି ପାଳନ କରାଯିବ…

  • ସବୁ ଅଫିସରେ temperature ସ୍କ୍ରିନିଂ ଓ ସାନିଟାଇଜରର ବ୍ୟବସ୍ଥା କରାଯିବ। ।
  • ଶିଫ୍ଟ ମଧ୍ୟରେ ଅନୂନ୍ୟ ଗୋଟିଏ ଘଣ୍ଟା ଗ୍ୟାପ ରଖାଯିବ। ଏହି ସମୟରେ ଉକ୍ତ ସ୍ଥାନକୁ ଭଲ ଭାବେ ସାନିଟାଇଜ କରାଯିବ। ଏହାପରେ ଅନ୍ୟ ଏକ ଶିଫ୍ଟ ଆରମ୍ଭ ହେବ। ଏହାସହ ଲଞ୍ଚ ସମୟରେ ସାମାଜିକ ଦୂରତା ବଜାୟ ଉପରେ ଧ୍ୟାନ ଦିଆଯିବ।
  • ୬୫ରୁ ଅଧିକ ବୟସ୍କ ବ୍ୟକ୍ତି କିମ୍ବା ୫ ବର୍ଷରୁ କମ ବୟସ୍କ ପିଲାଙ୍କ ବାପାମା’ଙ୍କୁ ଘରେ ରହି କାମ କରିବାକୁ କୁହନ୍ତୁ।
  • ସଂସ୍ଥା ପକ୍ଷରୁ ସେମାନଙ୍କ କର୍ମଚାରୀମାନଙ୍କୁ ଆରୋଗ୍ୟ ସେତୁ ମୋବାଇଲ ଆପ ଡାଉନଲୋଡ କରିବାକୁ କୁହାଯିବ।
  • ଅଧିକ ଲୋକଙ୍କୁ ନେଇ ହେଉଥିବା ଅର୍ଥାତ ବଡ଼ ବଡ଼ ମିଟିଙ୍ଗସ ମନା।

ଗାଇଡଲାଇନ ଅନୁଯାୟୀ ଉତ୍ପାଦନ ସଂସ୍ଥା ଗୁଡିକରେ ଏହିସବୁ ଏସଓପି ପାଳନ କରାଯିବ…

  • ଅଧିକଥର ସଂସ୍ଥାର ଚଟାଣ ଗୁଡିକୁ ସଫା କରାଯିବା ସହ ହ୍ୟାଣ୍ଡ washing ବାଧ୍ୟତାମୂଳକ।
  • ଲଞ୍ଚ ସମୟରେ ସାମାଜିକ ଦୂରତା ବଜାୟ ଉପରେ ଧ୍ୟାନ ଦିଆଯିବ।
  • କୌଣସି ବି ଓଭର ଲାପ ସିଫ୍ଟ ହେବନାହିଁ।

You might also like