• ଅଣ୍ଡା ଓ ବ୍ରେଡ୍ ବିକ୍ରି କରିବାକୁ ସାଇକେଲରେ ବାହାରିଲେ ସୋନୁ ସୁଦ୍
  • ହୋମ୍ ଡେଲଭରି ପାଇଁ ଦେବାକୁ ପଡ଼ିବ ଏକ୍ସଟ୍ରା ଚାର୍ଜ

ନୂଆ ଅବତାରରେ ଦେବଦୂତ । ସାଇକେଲରେ ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ସୁପରମାର୍କେଟ ।  ଅଣ୍ଡା ଓ ବ୍ରେଡ୍ ଧରି ବିକ୍ରି କରିବାକୁ ବାହାରିଲେ ସୋନୁ ସୁଦ୍ । ସାଇକେଲରେ ସବାର ସୋନୁ ସୁଦଙ୍କ ନୂଆ ରୂପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ସଙ୍କଟ କାଳରେ ରୋଜଗାର ହରାଇଲେ କି ରୋଜଗାର ଦେଉଥିବା ମହାନ୍ ମଣିଷ ? ନା ଆଉ କିଛି କାରଣ ଥାଇପାରେ ?  ସୋନୁଙ୍କ ଏପରି ରୂପ ଦେଖି ପ୍ରଶଂସକମାନେ ମଧ୍ୟ  ଚିନ୍ତାରେ ପଡ଼ିଯାଇଛନ୍ତି, ଏପରି କ’ଣ ହେଲା ଯେ ତାଙ୍କୁ ଏପରି ପଦକ୍ଷପ ନେବାକୁ ପଡ଼ିଲା ।  ସୋନୁ ସୁଦ୍ ତାଙ୍କ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ସାଇକେଲରେ ଅଣ୍ଡା ଏବଂ ବ୍ରେଡ୍ ବିକ୍ରି କରୁଥିବା ଦେଖିବାକୁ ମିଳୁଛି ।

ଅଭିନେତା ସୋନୁ ସୁଦ୍ ବୁଧବାର ଦିନ ଏହି ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସେ କହିଛନ୍ତି ଏବେ ସାଇକେଲରେ ମୁଁ ନୂଆ ସୁପରମାର୍କେଟ ଖୋଲିଛି । ଏହି ସୁପରମାର୍କେଟର ନାମ ସୋନୁ ସୁଦ୍ ସୁପରମାର୍କେଟ ।  କିଏ କହିଲା ସୁପରମାର୍କେଟ ବନ୍ଦ ଅଛି ? ସବୁଠାରୁ ଜରୁରୀ ଓ ମହଙ୍ଗା ଜିନିଷ ତ ମୋ ପାଖରେ ମହଜୁଦ୍ ରହିଛି । ସୋନୁଙ୍କ ସୁପରମାର୍କେଟରେ  ଅଣ୍ଡା ଗୋଟାକ ୬ ଟଙ୍କା । ଆଉ ତା’ପରେ ୪୦ ଟଙ୍କାରେ ବଡ଼ ବ୍ରେଡ ଓ ୨୨ ଟଙ୍କାରେ ଛୋଟ୍ ବ୍ରେଡ୍ ମିଳୁଛି ।

 

View this post on Instagram

 

A post shared by Sonu Sood (@sonu_sood)

ତେବେ ଏହି ଭିଡିଓରେ ଅଭିନେତା ଆହୁରି କହିଛନ୍ତି, ଯାହାକୁ ଏହି ସବୁ ଖାଇ‍ବା ସାମଗ୍ରୀ ସରକାର, ସେମାନେ ଶୀଘ୍ର ଅର୍ଡର କରିପାରିବେ । କାରଣର ମୋର ଡେଲିଭରି ଦେବାର ସମୟ ସମାପ୍ତ ହୋଇଆସୁଛି ।  ଅନ୍ୟପଟେ ହୋମ୍ ଡେଲିଭରି ପାଇଁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି । ‘ଅଭିନେତାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡିଆରେ ନିଜର ଏହି ଭିଡିଓ ସେୟାର କରି ଅଭିନେତା କ୍ୟାପସନରେ ଲେଖିଛନ୍ତି , ଯିଏ ୧୦ଟି ଅଣ୍ଡା ଅର୍ଡର ଦେବ ତାଙ୍କ ପାଇଁ ଫ୍ରି ହୋମ୍ ଡେଲିଭରି ଉପଲବ୍ଧ ହେବ ।  ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ଏପରି ଭିଡିଓ ସେୟାର କରିଛନ୍ତି ଅଭିନେତା, ଯେଉଁଥିରେ ସେ କହିଥିଲେ ଖୁବଶୀଘ୍ର ସେ ଲେମ୍ବୁ ପାଣି ଦୋକାନ ଖୋଲିବାକୁ ଯାଉଛନ୍ତି ।

 

Other Stories