କରୋନା ସଂକ୍ରମିତଙ୍କ ମୃତ୍ୟୁରେ ଭାବୁକ ହେଲେ ସୋନୁ ସୁଦ୍ 

ଏୟାର ଆମ୍ବୁଲାନ୍ସ ଜରିଆରେ ରୋଗୀଙ୍କୁ ହାଇଦ୍ରାବାଦ ପଠାଇଥିଲେ ଗରିବଙ୍କ ଦେବଦୂତ, ଶତ ଚେଷ୍ଟା ସତ୍ତ୍ୱେ ଚାଲିଗଲା ଜୀବନ

ମୃତ୍ୟୁ ନୀରବ ଆଉ ନିଷ୍ଠୁର । ସୋନୁ ସୁଦଙ୍କ ଶତ ଚେଷ୍ଟା ସତ୍ତ୍ୱେ ଚାଲିଗଲା ଜୀବନ । କରୋନା ସଂକ୍ରମିତଙ୍କ ମୃତ୍ୟୁରେ ଭାବୁକ ହେଲେ ଗରିବଙ୍କ ମସିହା  । କରୋନାର ଭୟାନକ ମାହୋଲରେ ଅଭିନେତା ସୋନୁ ସୁଦ୍ ପାରୁ ପର୍ଯ୍ୟନ୍ତ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି । କାହାକୁ ଭ୍ୟାକ୍ସିନ ଦେଉଛନ୍ତି ତ ଆଉ କାହା ଘରକୁ ଅକ୍ସିଜେନ ସିଲିଣ୍ଡର ପଠାଉଛନ୍ତି । କରୋନା ରୋଗୀଙ୍କ ସହାୟତା ପାଇଁ ତାଙ୍କ ଟିମ୍ ଦିନ ରାତି କଠିନ ପରିଶ୍ରମ କରୁଛି ।

ଗୋଟିଏ ପଟେ ସୋନୁ ଅନେକ ଲୋକଙ୍କ ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି, ଅନ୍ୟପଟେ କିଛି ଲୋକ ସହାୟତା ପାଇ ମଧ୍ୟ ଜୀବନ ଯୁଦ୍ଧରେ ହାରିଯାଉଛନ୍ତି । ଏପରି ଜଣେ କରୋନା ସକ୍ରମିତଙ୍କ ମୃତ୍ୟ ସୋନୁ ସୁଦଙ୍କ ବିଶାଳ ହୃଦୟକୁ ବ୍ୟଥିତ କରିଛି । ନାଗପୁରର ଜଣେ ଯୁବତୀ କରୋନାରେ ସଂକ୍ରମିତ ହେବାପରେ ସୋନୁଙ୍କୁ ସାହାଯ୍ୟ ମାଗିଥିଲେ ପରିବାର ଲୋକ । ଫଳରେ ଯୁବତୀଙ୍କୁ ଏଆର ଆମ୍ବୁଲାନ୍ସ ଜରିଆରେ ହାଇଦ୍ରାବାଦ ପହଞ୍ଚାଇଥିଲେ ଅଭିନେତା । ସେଠାରେ ଯୁବତୀ ଜଣକ ଅନେକ ଦିନ ଧରି ଇସିଏମଓ ମେସିନରେ ଭିତରେ ରହି ମୃତ୍ୟୁ ସହ ଲଢ଼େଇ ଜାରି ରଖିଥିଲେ । ହେଲେ ଲଢ଼େଇ କରି କରି ଶେଷର ତାଙ୍କର ନିଶ୍ୱାସ ଥକିଗଲା, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଯୁବତୀ । ତେବେ ଯୁବତୀଙ୍କ ମୃତ୍ୟୁ ପରେ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି ସୋନୁ ସୁଦ ।

ଏହା ପୂର୍ବରୁ ମଧ୍ୟ କରୋନା ସଂକ୍ରମିତଙ୍କ ମୃତ୍ୟୁରେ ବ୍ୟଥିତ ହୋଇଥିଲେ ସୋନୁ । ସଙ୍କଟ କାଳରେ ସହାୟତା ଯୋଗାଇବା ପାଇଁ ପ୍ରତିଦିନ ପାଖାପାଖି ୨୨ ଘଂଟା କାମ କରୁଛନ୍ତି ସୋନୁ । ନିତି ଦିନ ତାଙ୍କ ପାଖକୁ ହଜାର ହଜାର କଲ୍ ଆସୁଛି । ଆଜତକକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି, ସମସ୍ତ ଅସହାୟଙ୍କୁ ସେବା ଯୋଗଇବା ମୋର କର୍ତ୍ତବ୍ୟ । କିନ୍ତୁ ମହାମାରୀରେ ସମସ୍ତଙ୍କ ନିକଟରେ ପହଞ୍ଚି ହେଉନି । ଏଥିପାଇଁ ମୁଁ ଦୁଃଖିତ । ଭଗବାନ କରନ୍ତୁ ଏ ସମୟ ଶୀଘ୍ର କଟିଯାଉ ।

You might also like