ଭାଗ୍ୟ ବଦଳାଇ ଦେଲେ ସୋନୁ; କାନ୍ଧରେ ଲଙ୍ଗଳ ଟାଣୁଥିବା ୨ ଭଉଣୀଙ୍କୁ ଦେଲେ ଟ୍ରାକ୍ଟର

ଅମରାବତୀ: ରିଲ୍ ଲାଇଫରେ ଭିଲିଆନ୍।  ହେଲେ ରିୟଲ୍ ଲାଇଫ୍‌ରେ ରିୟଲ ହିରୋ ହେଉଛନ୍ତି ସୋନୁ ସୁଦ୍‌। ବଲିଉଡ୍ ଅଭିନେତା ସୋନୁ ସୁଦ୍‌ଙ୍କ ପାଇଁ ଏବେ ସାରା ଦେଶରୁ ଆସୁଛି ଏଭଳି ପ୍ରଶଂସା।

ଆନ୍ଧ୍ରପ୍ରଦେଶ ଚିତୋର୍ ଜିଲ୍ଲାର ନାଗେଶ୍ୱର ରାଓଙ୍କ ଚାଷ ଜମିର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।  ଟମାଟୋ ଚାଷ କରୁଥିବା ନାଗେଶ୍ୱରଙ୍କ ପାଖରେ ଜମିରେ ଚାଷ କରିବାକୁ ବଳଦ କିମ୍ବା ଅନ୍ୟ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନଥିଲା। ଦୁଇ ଝିଅ ଭେନ୍ନେଲା ଓ ଚନ୍ଦନା କାନ୍ଧରେ ଲଙ୍ଗଳ ଧରି ଜମିରେ ଚାଷ କରିବା ଆରମ୍ଭ କରିଥିଲେ। ଏହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲେ। ଏହି ଫଟୋ ସୋସିଆଲ୍ ମିଡିଆରେ ଦେଖିବା ପରେ ସହାୟତାର ହାତ ବଢ଼ାଇଥିଲେ ସୋନୁ।

ସକାଳେ ଟ୍ୱିଟ୍ କରିଥିଲେ କି, ସଂଧ୍ୟାରେ ନାଗେଶ୍ୱରଙ୍କୁ ମିଳିବ ଟ୍ରାକ୍ଟର । ଆଉ ସତକୁ ସତ ସେୟା ହିଁ ହେଲା । ସଂଧ୍ୟାରେ ନାଗେଶ୍ୱରଙ୍କ ପାଖରେ ପହଞ୍ଚିଥିଲା ଏକ ନୂଆ ଟ୍ରାକ୍ଟର। ରବିବାର ସନ୍ଧ୍ୟାରେ ଗାୟତ୍ରୀ ଏଜେନ୍ସିର ଏମ୍‌ଡି ତାଙ୍କ ଘରେ ନେଇ ଟ୍ରାକ୍ଟର ଦେଇ ଆସିଛନ୍ତି।

ଅଭିନେତା ସୋନୁ ସୁଦ୍‌ଙ୍କ ଏହି ସହାୟତା କଥା ଜାଣିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବା ନାଇଡୁ ମଧ୍ୟ ସହାୟତାର ହାତ ବଢାଇଛନ୍ତି।   ଏବେ ଚନ୍ଦ୍ରବାବୁ ନାଇଡୁ ସେମାନଙ୍କର ପାଠପଢ଼ା ଦାୟିତ୍ୱ ବହନ କରିବାକୁ ଘୋଷଣା କରିଛନ୍ତି।

ନାଇଡୁ ଟ୍ୱିଟ କରି କହିଛନ୍ତି, “ମୁଁ ସୋନୁ ସୁଦ୍‌ଜୀଙ୍କ ସହ କଥା ହୋଇଛି। ସେ ଚିତ୍ତୋରରେ ରହୁଥିବା ନାଗେଶ୍ୱର ରାଓଙ୍କ ଘରକୁ ନୂଆ ଟ୍ରାକ୍ଟର ପଠାଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଇଛି। ଏବେ ମୁଁ ପରିବାରର ଦୁଇ ଝିଅଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ଘୋଷଣା କରୁଛି। ଏହାଦ୍ୱାରା ସେମାନେ ଦେଖିଥିବା ସ୍ୱପ୍ନ ପୂରଣ ହୋଇପାରିବ।”

ସୂଚନାଥାଉ କି, ନାଗେଶ୍ୱର ରାଓ ମଦନପାଲ୍ଲେ ମଣ୍ଡଳରେ ଚା’ ଦୋକାନ କରି ପରିବାର ପୋଷଣ କରୁଥିଲେ। ହେଲେ ଲକଡାଉନ ଯୋଗୁ ଏହା ବନ୍ଦ ହୋଇଯାଇଥିଲା। ଫଳରେ ପରିବାର ସଦସ୍ୟମାନେ ରାଜୁଭାରିପାଲ୍ଲେ ଗାଁକୁ ଫେରି ଚାଷ କାମ ଆରମ୍ଭ କରିଥିଲେ।

ଟ୍ରାକ୍ଟର ଭଡ଼ାରେ ଆଣି ପରିବାର ଚଳାଇବା କଷ୍ଟକର ହେବାରୁ ଦୁଇ ଭଉଣୀ  କାନ୍ଧରେ ଲଙ୍ଗଳ ଧରି ଜମିରେ ଚାଷ କରିବା ଆରମ୍ଭ କରିଥିଲେ।  ଲକ୍ ଡାଉ‌ନ୍ ପରେ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକ, ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଘରେ ପହଞ୍ଚାଇବାକୁ ସୋନୁ ସୁଦ୍ ସହାୟତାର ହାତ ବଢାଉଥିଲେ। ଏବେ ଏହି ଦୁଇ ଭଉଣୀଙ୍କୁ ସାହାଯ୍ୟ କରି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।

ଆହୁରି ପଢ଼ନ୍ତୁ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

You might also like