କରୋନା ସଂକ୍ରମିତ ମା’କୁ ଘରୁ ତଡ଼ିଦେଲେ ପୁଅବୋହୂ : ଚିକିତ୍ସା ଅଭାବରୁ ଜୀବନ ହାରିଲେ ବୃଦ୍ଧ ମହିଳା

ଝିଅଜ୍ୱାଇଁ ମୁହଁରେ କବାଟ କିଳିଦେଲେ

କାନପୁର : କରୋନା ସଂକ୍ରମିତ ମା’କୁ ଘରୁ ବାହାର କରିଦେଲେ ପୁଅବୋହୂ। ସଂକ୍ରମଣ ଭୟରେ ମମତା ଭୁଲିଗଲା ଜନ୍ମକଲା ପୁଅ । ଟିକିଏ ଦେହ କ’ଣ ହେଲେ ରାତି ଉଜାଗର ରହି ସେବା କରୁଥିବା ଜନ୍ମଦାତ୍ରୀ କରୋନା ପାଇଁ ପର ହୋଇଗଲା । ଶେଷରେ ପୁଅ ଠାରୁ ନିରାଶ ହୋଇ ଝିଅ ଘର ରାସ୍ତାରେ ପହଞ୍ଚିଥିଲା ମା’ । ହେଲେ ସେଠାରୁ ବି ନିରାଶା ହିଁ ମିଳିଲା । ଚିରାପଣତରେ ସବୁ ଦୁଃଖକଷ୍ଟରୁ ଦୂରେଇ ରଖି ସୁରକ୍ଷିତ ରଖୁଥିବା ମା’କୁ ଭୁଲିଗଲା ଝିଅ । କରୋନା ଡେଇଁବା ଭୟରେ ଅସହାୟ ରୋଗୀଣା ମା’କୁ ରାସ୍ତାକଡ଼କୁ ଠେଲିଦେଲେ ଝିଅଜ୍ୱାଇଁ ।

ଉତ୍ତରପ୍ରଦେଶ କାନପୁରରେଏପରି ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି । ମହାମାରୀ ମାଡ଼ିଯିବ ଚିନ୍ତାକରି ରୋଗୀଣା ମା’କୁ ଘରୁ ବାହାରି କରିଦେଲେ ପୁଅବୋହୂ । ବୁଢ଼ୀ ମା’ର ଦେହ ହଠାତ୍ ଖରାପ ହୋଇଥିବା ବେଳେ ଅଭିଯୁକ୍ତ ପୁଅ ମା’କୁ ଚିକିତ୍ସା କରାଇବା ପରିବର୍ତ୍ତେ ଘରୁ ଆଣି ଭଉଣୀ ଘରୀ ସାମ୍ନା ରାସ୍ତାରେ ଛାଡ଼ି ଦେଇଗଲା । ତେବ ରୋଗୀଣା ମା ’କୁ ଦେଖି ଝିଅର ହୃହୟ ବି ତରଳି ଗଲାଣି । ପୁଅବୋହୂ ପରି ଝିଅଜ୍ୱାଇଁ ମଧ୍ୟ ଅସହାୟ ମହିଳାଙ୍କ ମୁହଁରେ କବାଟ କିଳିଦେଲେ ।

ତେବେ କୌଣସି ସ୍ଥାନରେ ମୁଣ୍ଡ ଗୁଞ୍ଜିବାକୁ ଜାଗା ନମିଳିବାରୁ ରାସ୍ତାକଡ଼ରେ ଛିଣ୍ଡା କମ୍ବଳ ଟିଏ ଘୋଡେଇ ହୋଇ ଶୋଇଥିଲେ ମହିଳା । ଆଉ ସେହି ସମୟରେ ମହିଳାଙ୍କ ଭିଡିଓ ଉତ୍ତୋଳନ କରି କେହି ଜଣେ ଭାଇରାଲ୍ କରିଥିଲା । ତେବଳ ଭିଡିଓ ଭାଇରାଲ ହେବାପରେ ପୋଲିସ ମାମଲାର ଛାନଭିନ୍ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା । ଏ‍ବଂ ତୁରନ୍ତ ମହିଳାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ଚିକିତ୍ସାଧୀନ ଅବସ୍ଥାରେ  ଜୀବନ ହାରିଛନ୍ତି ବୃଦ୍ଧ ମହିଳା । ତେବେ ବର୍ତ୍ତମାନ ମହିଳାଙ୍କ ମୃତଦେହ ନେବାପାଇଁ ମଧ୍ୟ କେହି ଆସିନଥିବା ଜଣାପଡ଼ିଛି ।

ସେପଟେ ଡିସିପି ଅନୁପ ସିଂ କହିଛନ୍ତି, ସୋସିଆଲ ମିଡ଼ିଆରେ ଜଣେ ବୃଦ୍ଧ ମହିଳା ରାସ୍ତାକଡରେ ଶୋଇଥିବାର ଭିଡିଓ ଭାଇରାଲ ହୋଇଥିଲା । ପୋଲିସକୁ ଘଟଣା ସମ୍ପର୍କରେ ଖବର ମିଳିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କୁ ବଞ୍ଚାଇପାରିଲେନି ଡାକ୍ତର । ଚିକିତ୍ସାରେ ବିଳମ୍ବ ହେବାରୁ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟ ଅଭିଯୁକ୍ତ ପୁଅ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

 

You might also like