ନେତାଙ୍କୁ ଭେଟିବେ, ସମାଧନର ରାସ୍ତା ବାହାର କରିବେ

ଅସନ୍ତୁଷ୍ଟ ନେତାଙ୍କୁ ଭେଟିବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଅସନ୍ତୁଷ୍ଟ ନେତାଙ୍କୁ ଭେଟିବେ ସୋନିଆ ଗାନ୍ଧୀ। ମିଳିଥିବା ସୂଚନା ଅନୁସାରେ, କଂଗ୍ରେସରେ ଦେଖା ଦେଇଥିବା ବିଦ୍ରୋହକୁ ପ୍ରଶମିତ କରିବା ଲାଗି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପ୍ରୟାସ ଦଳରେ ସାଂଗଠନିକ ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଗତ ଅଗଷ୍ଟ ମାସରେ ଚିଠି ଲେଖିଥିବା ୨୩ ଜଣ ନେତାଙ୍କ ମଧ୍ୟରୁ କିଛି ନେତାଙ୍କୁ  ଆଜି ସାକ୍ଷାତ କରିବେ ସୋନିଆ। ରାଜ୍ୟସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ତଥା ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମା, କପିଲ ସିବଲ, ମନୀଷ ତିଓ୍ୱାରୀ, ଶଶୀ ଥରୁର, ଭୂପିନ୍ଦର ସିଂ ହୁଡା ଓ ପୃଥ୍ୱୀରାଜ ଚୌହାନ ଆଦି ନେତାଙ୍କ ସହ ଆଲୋଚନା କରିବେ ସୋନି।

ଏହାଛଡ଼ା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ, ଏ. କେ. ଆଣ୍ଟୋନି ଓ ଏଆଇସିସି ସାଧାରଣ ସଂପାଦକ କେ. ସି. ବେଣୁଗୋପାଳ ବୈଠକରେ ଉପସ୍ଥିତ ରହିପାରନ୍ତି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ଏହି ବୈଠକ ଆୟୋଜନ କରିଥିବା ନେଇ ସୂଚନା ରହିଛି।

You might also like