ସୋନିଆ ଗାନ୍ଧି ହସ୍‌ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି। ଆଜି ସନ୍ଧ୍ୟା ୭ଟା ବେଳେ ଦିଲ୍ଲୀର ଗଙ୍ଗାରାମ ହସ୍‌ପିଟାଲ୍‌ରେ ସୋନିଆଙ୍କୁ ଭର୍ତ୍ତି କରାଯାଇଛି।

ହସ୍ପିଟାଲର ଅଧ୍ୟକ୍ଷ ଡା.ଡିଏସ ରାଣା କହିଛନ୍ତି, ନିୟମିତ ଟେଷ୍ଟ ପାଇଁ ଆଜି ସନ୍ଧ୍ୟାରେ ସୋନିଆ ଗାନ୍ଧି ହସ୍ପିଟାଲରେ ଆଡମିଟ ହୋଇଛନ୍ତି। ଏବେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଭାବେ ସ୍ଥିର ରହିଥିବା ସେ କହିଛନ୍ତି। ଏହାବାଦ୍‌ ସେ ଆଉ କୌଣସି ତଥ୍ୟ ଦେବାକୁ ମନା କରିଦେଇଛନ୍ତି।

ତେବେ ନିୟମିତ ଚେକ୍ ପାଇଁ ସୋନିଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ନା ପ୍ରକୃତର ଘଟଣା ଅନ୍ୟ କିଛି ସେ ନେଇ ଏପର୍ଯ୍ୟନ୍ତ କୌଣଶି ସ୍ପଷ୍ଟ ସୂଚନା ଆସିନାହିଁ।

 

You might also like