ଭୋଟ ଦେଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ତାଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ସୁରକ୍ଷା କର୍ମୀ ଓ ଦଳୀୟ ପ୍ରାର୍ଥୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତଙ୍କ ସହ ନିର୍ମାଣ ଭବନ ବୁଥ୍‌କୁ ଆସିଥିଲେ। ସେଠାରେ ସେ ମତାଧିକାର ସାବ୍ୟସ୍ତ କରିଛନ୍ତି।

୨୦୧୪ ନିର୍ବାଚନରେ ବିଜେପି ସମସ୍ତ ୭ଟି ଆସନରେ ଜିତିଥିଲା। ତେଣୁ ଏଠାରୁ ଜିତିବା ପାଇଁ କଂଗ୍ରେସ ଲାଗି ପଡିଥିଲା।

ସୂଚନାଥାଉ କି, ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭, ହରିୟାଣାର ସମସ୍ତ ୧୦ ଆସନ ସହ ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଆଜି ଭୋଟ ଗ୍ରହଣ ହେଉଛି।

You might also like