କଞ୍ଚାଲଙ୍କାରୁ ବାହାରୁଥିବା କେମିକାଲରୁ ଜଳିବ ସୋଲାର ଲାଇଟ୍

କଞ୍ଚାଲଙ୍କା କେମିକାଲରୁ ଜଳିବ ଲାଇଟ୍

ନୂଆଦିଲ୍ଲୀ: କଞ୍ଚା ଲଙ୍କାରୁ ବାହାରୁ ଥିବା କେମିକାଲରେ ଚାର୍ଜ ହେବ ସୌର ଲାଇଟ୍। ସୋଲାର ଟେକ୍ନୋଲୋଜି କିଛି ନୂଆ ଯୋଜନା କରିବାକୁ ଯାଉଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ମିଳିଥିବା ସୂଚନା ଅନୁସାରେ, କଞ୍ଚାଲଙ୍କାରୁ ବାହାରୁ ଯେଉଁ କେମିକାଲ ବାହାରେ ତାହା ବହୁତ ଅଧିକ ସମୟ ପର୍ଯ୍ୟନ୍ତ ଗରମ ରହିଥାଏ। ତେଣୁ ଏହି କେମିକାଲକୁ ସୋଲାର ଲାଇଟ୍ ଉପରେ ଲଗାଇଲେ ଏହା ଅଧିକ ଗରମ ହେବ ଯାହା ଫଳରେ ଚାର୍ଜ ଅଧିକ ସମୟ ରହିବ।

କଞ୍ଚାଲଙ୍କା କେମିକାଲରୁ ଚାର୍ଜ ହେବ ସୌର ଚାଳିତ ଲାଇଟ୍। ବିଶ୍ୱାସ ହେଉ ନଥିଲେ ବି ସତ। ସାଧାର ଭାବରେ ଆମେ କୌଣସି ରାଗ ଲଙ୍କା ଖାଇ ଦେଲେ ଦେହ ଗରମ ହୋଇଯାଏ। ପାଟି ଖୁବ ଜୋରରେ ପୋଡ଼ିଥାଏ। ଆଉ ଓଡ଼ିଆ ଢଗରେ କହନ୍ତୁ ରାଗ ଲଙ୍କା ଖାଇ କାନରୁ ଧୂଆଁ ବାହାରୁଛି। ପ୍ରକୃତରେ ଏହାର ଅର୍ଥ ହେଉଛି ଲଙ୍କା ଟି ବଡ଼ ରାଗ।

ସୋଲାର ଲାଇଟ୍ ଉପରେ ପଡ଼ୁଥିବା ସୂର୍ଯ୍ୟ କିରଣକୁ ଆହୁରି ଅଧିକ ଗରମ କରିବାକୁ ଲଙ୍କାର କେମିକାଲ ବ୍ୟବହାର କରାଯିବ ବୋଲି ଜଣାଯାଇଛି।  ଏହା ଲଗାଇବା ଦ୍ୱାରା ଲାଇଟ୍ ଶତପ୍ରତିଶତ ଗରମ ହୋଇପାରିବ ଓ ଖୁବ ଜୋରରେ ଜଳିବ। ଏହି କେମିକାଲ ସମ୍ପର୍କରେ ଚାଇନାର ଏକ ଗବେଷଣା କେନ୍ଦ୍ରରେ ରିସର୍ଚ୍ଚ ମଧ୍ୟ ଚାଲିଛି। ଲଙ୍କାରୁ ବାହାରୁଥିବା କେମିକାଲର ୧୩ ଗତ ସପ୍ତାହରେ ସଫଳ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି।

ପ୍ରଥମେ ଲଙ୍କାର ଏହି କେମିକାଲକୁ ସୋଲାର ଲାଇଟ୍ ଉପରେ ଲଗାଇବା ପରେ ଦେଖିବାକୁ ମିଳିଲା ଯେ, ସୁର୍ଯ୍ୟଙ୍କ ରଶ୍ମିରେ ଲାଇଟ୍ ଯେତିକି ଚାର୍ଜ ହେଉଥିଲା ଏହି କେମିକାଲ ଦେବା ପରେ ୨୧.୮୮ ପ୍ରତିଶତ ଅଧିକ ଓ ଶୀଘ୍ର ଚାର୍ଜ ହେଉଛି। ଆଉ ଯେଉଁ ଲାଇଟ୍ ଉପରେ କେମିକାଲ ଲେପ ଦିଆଯାଇ ନାହିଁ ତାହାର ମାନ କମ ରହିଥିବା ଦେଖାଯାଇଛି। କେମିକାଲ ମାଧ୍ୟମରେ ହିଁ ଲାଇଟ ଗୁଡ଼ିକ ଅଧି ସକ୍ରିୟ ହେଉଛି ଓ ପାୱାର ମଧ୍ୟ ଅଧିକ ରହୁଛି। କେବଳ ଏତିକି ନୁହେଁ ବରଂ ସୂର୍ଯ୍ୟଙ୍କ ରଶ୍ମି ପାଇଁ ଲାଇଟ୍ ଗୁଡ଼ିକ ଯେତିକି ମାତ୍ରାରେ ଗରମ ହେଉଥିଲା ତାହାର ମାତ୍ରା ମଧ୍ୟ କମିଯାଇଛି। କିନ୍ତୁ ବର୍ତ୍ତମାନ ସମୟରେ ବି ଏହା ଉପରେ ଗବେଷଣା ଚାଲିଛି।

ଗବେଷକମାନେ କହିଛନ୍ତି ଯେ, କଞ୍ଚାଲଙ୍କାରୁ ବାହାରୁଥିବା କେମିକାଲରେ କିଛି ଏମିତି ଶକ୍ତି ଅଛି ଯେଉଁଥିଲେ ସୋଲାର ସେଟକୁ ଅଧିକ ଗରମ କରୁଛି। ଯାହାଦ୍ୱାରା ଲାଇଟର ପାୱାର ମଧ୍ୟ ବଢିଯାଉଛି। ଲଙ୍କାରୁ ଏହି ପ୍ରକାର କେମିକାଲ ପ୍ରଚୁର ମାତ୍ରାରେ ମିଳେ ବୋଲି ଜଣାଯାଇଛି।

ସେପଟେ ଜାପାନର ଗବେଷକମାନେ କହିଛନ୍ତି ଯେ, କେବଳ କଞ୍ଚାଲଙ୍କା ନୁହେଁ ଅନେକ ପ୍ରାକୃତିକ ଫଳ ଅଛି ଯେଉଁଥିରୁ ପ୍ରଚୁର ପରିମାଣରେ କେମିକାଲ ବାହାରିଥାଏ। ତେଣୁ ଏହାକୁ ବ୍ୟବହାର କରି ଆମେ ମାନେ ସୌର ଚାଳିତ ଲାଇଟ୍ ଜଳାଇପାରିବା। ତେବେ କହିବାକୁ ଗଲେ, ଏମିତି ଖବର ଜଣାପଡିବା ପରେ ଘଟଣାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି।

You might also like