ଜଳିଗଲା କାରଖାନା, ୩୦ ଘଣ୍ଟା ପରେ ଆୟତ୍ତ ହେଲା ନିଆଁ

ଊନା:ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାରେ କାଠା ଗାଁରେ ଥିବା ଏକ ପଙ୍ଖା ତିଆରି କାରଖାନାରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଜୋରରେ ଜଳୁଛି ଯେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇ ପଡ଼ିଥିଲା। ପ୍ରାୟ ୩୦ ଘଣ୍ଟା ପରିଶ୍ରମ କରିବା ପରେ ଦମକଳ ବାହିନୀ ନିଆଁ ଲିଭାଇବାରେ ସଫଳ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଏବଂ ଦମକଳବାହିନୀ ଉପସ୍ଥିତ ରହି ଯାଞ୍ଚ କରୁଛନ୍ତି।

ଯାଞ୍ଚ ପରେ ମଙ୍ଗଳବାର ପୋଲିସ କାରଖାନା ଭିତରୁ ଆଉ ୨ ଜଣ ଶ୍ରମିକଙ୍କ ‍ଶବ ଜବତ କରିଛି। ଏହି ଦୁର୍ଘଟଣାରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇ ସାରିଛି। ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ଯାଞ୍ଚ କରୁଛି। ନିଆଁ ଲାଗି କାରଖାନାଟି ସମ୍ପୂର୍ଣ୍ଣ ଜଳି ଯାଇଛି।

ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ପ୍ରାଥମିକ ଅବସ୍ଥାରେ ୩ ଜଣ ମହିଳା ନିଖୋଜ ଥିବା କମ୍ପାନୀ ପକ୍ଷରୁ କୁହାଯାଇଥିଲା। ସେହି ଅନୁସାରେ ୩ଟି ଶବ  ମିଳିଥିଲା। ପଙ୍ଖାର ବ୍ଲେଡ ପ୍ୟାକିଂ ୟାର୍ଡରେ ଏମାନେ କାମ କରୁଥିଲେ।

 

 

You might also like