ଆସିଲା ସର୍ଭେ ରିପୋର୍ଟ: ଏପରି କଲେ ୬୨% ହ୍ରାସ ପାଇବ କରୋନା ସଂକ୍ରମଣ
ନୂଆଦିଲ୍ଲୀ: ସାରା ବିଶ୍ୱରେ ବପଦ ବଢ଼ାଇଥିବା ମହାମାରୀ କରୋନା ଭାଇରସ୍କୁ କେମିତି ରୋକିହେବ ସେ ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି। ଆଇସିଏମଆର ସର୍ଭେରୁ ଏହି କଥା ଜଣାପଡ଼ିଛି। ଯଦି ଭାରତୀୟମାନେ ଗୋଟିଏ କାମକୁ ଭଲ ଭାବେ କରିପାରିବେ, ତା’ହେଲେ କରୋନା ସଂକ୍ରମଣର ଆଶଙ୍କା ପାଖାପାଖି ୬୨% ହ୍ରାସ ପାଇଯିବ। ଆଉ ଏହି କାମଟି ହେଉଛି ସାମାଜିକ ଦୂରତ୍ୱ ବା ସୋସିଆଲ ଡିସଷ୍ଟାସିଂ। ଆଇସିଏମଆରର ସର୍ଭେରୁ ଏହା ସ୍ପଷ୍ଟ ହୋଇଛି।
ଆଇସିଏମଆର ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ବିଭିନ୍ନ ବିଶେଷଜ୍ଞମାନେ ମଧ୍ୟ ସାମାଜିକ ଦୂରୂତ୍ୱ ହିଁ କରୋନା ସଂକ୍ରମଣକୁ ରୋକିବାର ଏକ ପ୍ରମୁଖ ମାଧ୍ୟମ ବୋଲି ମତ ଦେଇଥିଲେ। ଆଇସିଏମଆର ପକ୍ଷରୁ ସର୍ଭେରୁ ସ୍ପଷ୍ଟ ହୋଇଛି ଯେ ଭାରତରେ କୋଭିଡ୍-୧୯ ପ୍ରାୟ ୬୨% ହ୍ରାସ ପାଇପାରିବ। ହେଲେ ଏଥିପାଇଁ ଲୋକଙ୍କୁ ସାମାଜିକ ଦୂରତ୍ୱ ଓ କ୍ୱାରେଣ୍ଟାଇନ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ।
ଭାଇରାଲ ସଂକ୍ରମଣକୁ ରୋକିବା ପାଇଁ ଆମକୁ ଯଥା ସମ୍ଭବ କଟକଣା ଲାଗୁ କରିବାକୁ ପଡ଼ିବ ଓ କରୋନାରେ ଆକ୍ରାନ୍ତ ବା ଏହାର ଲକ୍ଷଣ ଦେଖା ଯାଉଥିବା ଲୋକଙ୍କ ସଂସ୍ପର୍ଶରେ ଯେମିତି ଅନ୍ୟମାନେ ନ ଆସିବେ, ସେକଥାକୁ ନିଶ୍ଚିତ କରିବାକୁ ପଡ଼ିବ।
ଏଥିପାଇଁ ସାମାଜିକ ଦୂରତ୍ୱ ହିଁ ଏକ ପ୍ରକାରର ମାଧ୍ୟମ। ସେଥିପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଲକ ଡାଉନ ଲାଗୁ କରିଛନ୍ତି। ତଥାପି ଲୋକମାନେ ଏହାକୁ ଅମାନ୍ୟ କରୁଛନ୍ତି। ଏଭଳି ସ୍ଥିତି ଲାଗି ରହିଲେ, କରୋନାକୁ ମୁକାବିଲା କରିବା କାଠିକାର ପାଠ ହୋଇଯିବ ଆଇଏମ୍ସିଆର୍ ସର୍ଭେରେ କୁହାଯାଇଛି।
ଆଇସିଏମଆରର ଏହି ସର୍ଭେ କରୋନା ଭାଇରସ ବିଶ୍ୱ ମହାମାରୀ ଘୋଷଣା ହେବା ପୂର୍ବରୁ ହିଁ କରାଯାଇଥିଲା। ସର୍ଭେରେ ଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା ଓ ମୁମ୍ବାଇରେ କୋଭିଡ୍-୧୯ ଅଧିକ ବିପଦ ସୃଷ୍ଟି କରିବ ବୋଲି କୁହାଯାଇଛି। କାରଣ ଏଠାକୁ ଅଧିକ ସଂଖ୍ୟକ ଅନ୍ତର୍ଜାତୀୟ ଗେଷ୍ଟ ଆସିଥାଆନ୍ତି। ତେଣୁ ସାମାଜିକ ଦୂରତ୍ୱ ହିଁ କରୋନା ସଂକ୍ରମଣକୁ ରୋକିବାରେ ସବୁଠାରୁ ଅଧିକ ସହାୟକ ହେବ।