ଓଟିପି ଆସିବାରେ ବିଳମ୍ବ ଯୋଗୁଁ ଅନଲାଇନ କାରବାରରେ ସମସ୍ୟା

ବ୍ୟାଙ୍କ, ଇ-କମର୍ସ କଂପାନୀରୁ ଗ୍ରାହକମାନଙ୍କ ନିକଟକୁ ଆସୁନିି ଏସଏମଏସ

ଓଟିପି ଆସିବାରେ ବିଳମ୍ବ ଯୋଗୁଁ ଅନଲାଇନ କାରବାରରେ ସମସ୍ୟା
ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାହକ
ବ୍ୟାଙ୍କ, ଇ-କମର୍ସ କଂପାନୀରୁ ଗ୍ରାହକମାନଙ୍କ ନିକଟକୁ ଆସୁନିି ଏସଏମଏସ
ଟଙ୍କା ନେଣଦେଣ, କୋ ୱିନ ଆପ୍ ରେଜିଷ୍ଟ୍ରେସନ, ଆଧାର ପଂଜୀକରଣରେ ସମସ୍ୟା
ନୂତନ ଟ୍ରାଇ ଗାଇଡଲାଇନ୍ ପରଠାରୁ ଦେଖାଦେଇଛି ସମସ୍ୟା

OTP ଆସୁ ନଥିବାରୁ ଅନଲାଇନରେ କାରବାର କରୁଥିବା ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତକାଲି ଠାରୁ ଏହି ସମସ୍ୟା ଦେଖାଦେଇଛି। ବ୍ୟାଙ୍କ, ଇ-କମର୍ସ ଓ ଅନ୍ୟାନ୍ୟ କାରବାର କରୁଥିବା ଗ୍ରାହକମାନଙ୍କ ନିକଟକୁ କୌଣସି SMS ଆସୁନାହିଁ । ଟଙ୍କା ନେଣଦେଣ, କୋ ୱିନ ଆପ୍ ରେଜିଷ୍ଟ୍ରେସନ, ଆଧାର ପଂଜୀକରଣରେ ଅନେକ ସମସ୍ୟା ହେଉଛି ।

SMS ମାଧ୍ୟମରେ ଅଜଣା ନମ୍ବରରୁ ଠକେଇ ରୋକିବା ପାଇଁ ଟ୍ରାଇ ପକ୍ଷରୁ ଗତକାଲି ଠାରୁ ନୂତନ ନିୟମ ଲାଗୁ କରାଯାଇଛି । ଏହା ପରଠାରୁ SMS ସେବାରେ ସମସ୍ୟା ଦେଖାଦେଇଛି ।  ନୂଆ ଏସଏମଏସ ରେଗୁଲେସନର ଲାଗୁ ହେବା ପରେ ଅନେକ ସଂଖ୍ୟାରେ ଲୋକଙ୍କ ପାଖକୁ ଓଟିପି ପଠାଇ ପାରିନାହିଁ ବ୍ୟାଙ୍କ । ଯେଉଁ ଗ୍ରାହକଙ୍କୁ ଟଙ୍କା ନେଣଦେଶ କରିବାର ଥିଲା, ତାଙ୍କ ନିକଟକୁ ଓଟିପି ଆସିଲାନି ।  ଫଳରେ ଅନେକ ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା। ହଠାତ ଏପରି ପରିବର୍ତ୍ତନ ଯୋଗୁଁ ଚିନ୍ତାରେ ପଡ଼ିଗଲେ ଗ୍ରାହକ।

ନୂତନ ଗାଇଡଲାଇନ ଅନୁଯାୟୀ, କମ୍ପାନୀ, ବ୍ୟାଙ୍କ, ସରକାରୀ ଏଜେନ୍ସି ଓ ଟେଲିମାର୍କେଟି କମ୍ପାନୀଗୁଡ଼ିକ ଟେଲିକମ୍ ଅପରେଟରଙ୍କ ସହ ଲିଙ୍କ୍ କରିବେ । ଏଥିସହ ଗ୍ରାହକମାନଙ୍କ ପାଖକୁ ମେସେଜ ପଠାଇବା ପାଇଁ ପଂଜୀକରଣ କରିବେ । ଏହି ନିୟମ ବର୍ତ୍ତମାନ କଡ଼ାକଡ଼ି ଭାବେ ଲାଗୁ ହେଉଥିବାରୁ SMS ଆସୁନଥିବାରୁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ତେବ ବ୍ୟାଙ୍କ ସୂତ୍ର ଅନୁସାରେ, ଏହି ପଲିସି ଠିକରେ ଲାଗୁ ହୋଇ ନାହଁ, ତେଣୁ ଏପରି ଅସୁବିଧା ସୃଷ୍ଟି ହୋଇଛି। ଅନ୍ୟପଟେ ଏନେଇ ଟ୍ରାଇ କହିଛି, ଅନଲାଇନ୍ ଠକେଇ ରୋକିବାକୁ  ଏପରି ପ୍ରୟାସ କରାଯାଇଛି ।

 

 

 

 

 

You might also like