ରେଳଧାରଣା କଡ଼ରୁ ମିଳିଲା ବିଧାନ ପରିଷଦ ଉପସଭାପତିଙ୍କ କ୍ଷତବିକ୍ଷତ ମୃତଦେହ

ବେଙ୍ଗାଲୁର: ବେଙ୍ଗାଲୁର ବିଧାନ ପରିଷଦର ଉପସଭାପତି ଏସ.ଏଲ ଧର୍ମଗୌଡ଼ା ଆତ୍ମହତ୍ୟା କରିଛନ୍ତି। ତାଙ୍କର କ୍ଷତବିକ୍ଷତ ମୃତଦେହ କର୍ଣ୍ଣାଟକର ପାହାଡି ଇଲାକା ଚିକମଗଲୁର ନିକଟ ରେଳଧାରଣା ପାଖରୁ ଉଦ୍ଧାର କରାଯାଇଛି। ମୃତ ଦେହ ନିକଟରୁ ପୋଲିସ ସୁଇସାଇଡ ନୋଟ ଜବତ କରିଛି। ତେବେ ଆତ୍ମହତ୍ୟାର କରାଣ କ’ଣ ସେ ନେଇ ପୋଲିସ ଛାନଭିନ୍‌ କରୁଛି।

ମିଳିଥିବା ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ଆର୍ଥାତ୍‌ ରାତି ପ୍ରାୟ ୨ଟାରେ ମିଳିଥିଲା। ୬୪ ବର୍ଷ ବୟସ୍କ ଧର୍ମଗୌଡ଼ା ଗତକାଲି ଘର ଛାଡ଼ି କେଉଁଆଡେ ପଳାଇଥିଲେ। ପରିବାର ଲୋକେ ତାଙ୍କୁ ନ ପାଇ ହତାଶରେ ଥିଲେ। ଧର୍ମେଗୌଡ଼ାଙ୍କ ମୃତ୍ୟୁ ବିରୋଧୀ ଜେଡିଏସ୍ ପାଇଁ ଶକ୍ତ ଝଟ୍‌କା। ତାଙ୍କ ମୃତ୍ୟକୁ ନେଇ ଜେଡିଏସ୍ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା ଶୋକ ପ୍ରକାଶ କରିଛନ୍ତି। ଧର୍ମେଗୌଡ଼ା ଜଣେ ଶାନ୍ତ ସ୍ୱଭାବର ବ୍ୟକ୍ତି ଥିଲେ ଓ ଦଳ ପ୍ରତି ନିଷ୍ଠାବାନ୍ ଥିଲେ ବୋଲି ଦେବେଗୌଡ଼ା କହିଛନ୍ତି।

ପୂର୍ବରୁ କଂଗ୍ରେସ ସଦସ୍ୟ ତାଙ୍କ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ତାଙ୍କର ଚୌକି (ଅଧ୍ୟକ୍ଷ ଆସନ)କୁ ଟାଣି ଆଣିଥିଲେ। କଂଗ୍ରେସ ସଦସ୍ୟଙ୍କ ଅଭିଯୋଗ ଥିଲା ଯେ, ସେ ଭାଜପା ସହ ମିଶି ଅଧକ୍ଷ ପ୍ରତାପ ଚନ୍ଦ୍ର ସେଠୀଙ୍କୁ ବାହାର କରି ଦେଇଛନ୍ତି। ତେବେ ଧର୍ମଗୌଡ଼ାଙ୍କ ମୃତ୍ୟୁ ପରେ କର୍ଣ୍ଣାଟକ ରାଜନୀତିରେ ଏକ ବଡ ଧରଣର ଝଡ ଆଶଙ୍କା ରହିଛି। ଜେଡିଏସ କଂଗ୍ରେସକୁ କାଠଗଡ଼ାକୁ ଟାଣିବାର ସମ୍ଭାବନା ଦେଖା ଦେଇଛି।

 

You might also like