ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶରେ ସହାୟକ ହେବେ ଆଇଟି କମ୍ପାନୀ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶରେ ସହାୟକ ହେବେ ଆଇଟି କଂପାନୀ। ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବା ସହ ସେମାନଙ୍କର ଦକ୍ଷତା ବିକାଶ କରାଇବାରେ କଂପାନିମାନେ ସହାୟକ ହେବେ। ଏଥିଲାଗି ଯୁବ ଦକ୍ଷତା ବିକାଶ ଦିବସ ଅବସରରେ ୪ଟି ଆଇଟି କଂପାନୀ ସହ ଚୁକ୍ତିପତ୍ର ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର। ଏ ନେଇ ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ।

୩୦ ପ୍ରତିଶତ ଛାତ୍ରୀ ଆଇଟିଆଇ ଓ ପଲିଟେକ୍‌ନିକ୍‌ରେ ଆଡମିଶନ ପାଇଁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପଟେ ରାଜ୍ୟରେ ଅଗଷ୍ଟ ୧୬ ପରେ ଇଂଜିନିୟରିଂ କଲେଜ ଖୋଲିବା ପାଇଁ କହିଛି ଏଆଇସିଟିଇ। ତେବେ କରୋନା ସ୍ଥିତି ଦେଖି ବିଚାର ବିମର୍ଷ ପରେ କେବେଠୁ ପାଠ ପଢ଼ା ଆରମ୍ଭ ହେବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ଆଜି ବିଶ୍ୱ ଯୁବ ଦକ୍ଷତା ଦିବସରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ କହିଛନ୍ତି, ଭାରତରେ ସ୍କିଲ୍ ଡେଭଲପମେଣ୍ଟ ପ୍ରକ୍ରିୟା ଜାରି ରହିଛି। ଏବେ ସୁଦ୍ଧା ୫ କୋଟିରୁ ଅଧିକ ଲୋକଙ୍କର ସ୍କିଲ୍ ଡେଭଲପମେଣ୍ଟ କରାଯାଇ ସାରିଲାଣି। ଆଉ ଏବେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିଛି।

ଓ୍ୱାଲର୍ଡ ୟୁଥ୍ ସ୍କିଲ୍ ଡେ ଅବସରରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି, ଆଜିକୁ ଠିକ୍ ୫ ବର୍ଷ ତଳେ ସ୍କିଲ୍ ଇଣ୍ଡିଆ ମିଶନ ଆରମ୍ଭ ହୋଇଥିଲା। ଯୁବକଙ୍କୁ ଜ୍ଞାନ ସହ କୌଶଳ ଓ ଦକ୍ଷତା ମିଳିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା ମିଶନ। ଏବେ ଭାରତର ଯୁବକମାନଙ୍କ ସ୍କିଲ୍ ଡେଭଲପମେଣ୍ଟ ହୋଇପାରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ଯୁବବର୍ଗଙ୍କୁ ଶୁଭେଚ୍ଛା ଜଣାଇବା ସହ ଯୁବକମାନଙ୍କ ମନୋବଳ ବଢ଼ାଇଛନ୍ତି ମୋଦି।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like