ଏନ୍‌କାଉଣ୍ଟର୍‌ରେ ୬ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଚାଲିଥିବା ସେନାର ଅପରେସନ୍ ଅଲ୍ ଆଉଟ୍‌ ଅଭିଯାନକୁ ଆଉ ଏକ ବଡ଼ ସଫଳତା ମିଳିଛି। ଆଜି ଭୋର୍‌ରୁ ଉପତ୍ୟକାରେ ହୋଇଥିବା ଏନ୍‌କାଉଣ୍ଟର୍‌ରେ ୬ ଜଣ ହିଜ୍‌ବୁଲ୍ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଗୁଳିକାଣ୍ଡରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି।

ସୋପିଆ‌ନ୍‌ରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାବାହିନୀକୁ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା। ଏ ନେଇ ପୂରା ଅଞ୍ଚଳରେ କର୍ଡନ୍‌ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ଯବାନ।

ତେବେ ଏହି ସମୟରେ ଆତଙ୍କବାଦୀମାନେ ହଠାତ୍ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଯାହାର କଡ଼ା ଜବାବ ଦେଇଥିଲେ ଯବାନ।

ଘଟଣା ପରେ ସୋପିଆନ୍ ଜିଲ୍ଲାରେ ସର୍ଚ୍ଚ ଅପରେସନ୍‌କୁ ଜୋର୍‌ଦାର୍‌ କରାଯାଇଛି। ଏହାସହ ମୋବାଇଲ୍ ଏବଂ ଇଣ୍ଟର୍‌ନେଟ୍ ସେବାକୁ ବନ୍ଦ କରାଯାଇଛି।

ପ୍ରକାଶ ଥାଉକି, ଗତ ଦୁଇ ଦିନ ତଳେ ଅନନ୍ତନାଗ ସେକିପୁରା ଗାଁରେ ହୋଇଥିବା ଏନ୍‌କାଉଣ୍ଟର୍‌ରେ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହାପୂର୍ବରୁ ମଧ୍ୟ ସୋପିଆନ୍ ଜିଲ୍ଲାରେ ଏନ୍‌କାଉଣ୍ଟର୍‌ରେ ୪ ଆତଙ୍କବାଦୀ ନିହତ ହୋଇଥିଲେ। ଆଜିର ଏନ୍‌କାଉଣ୍ଟର୍‌କୁ ମିଶାଇ ଗତ ତିନି ଦିନ ମଧ୍ୟରେ ୧୫ ଆତଙ୍କବାଦୀ ନିହତ ହୋଇ ସାରିଲେଣି।

You might also like