ସଂସଦରେ ରାଫେଲ୍‌ ତାତି: ବିରୋଧୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ତୀବ୍ର ସମାଲୋଚନା

ନୂଆଦିଲ୍ଲୀ: ରାଫେଲ୍ ଚୁକ୍ତିକୁ ନେଇ ସଂସଦରେ ଜୋରଦାର ବିତର୍କ ହୋଇଛି। ଫ୍ରାନ୍ସ କମ୍ପାନୀ ସହ ବୁଝାମଣାରେ ଅନିଲ ଅମ୍ବାନିଙ୍କ କମ୍ପାନୀକୁ ଅନୁଗ୍ରହ ଦେଖାଯାଇଛି। ଏଣୁ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ଯାଞ୍ଚ କରାଇବାକୁ କଂଗ୍ରେସ ସଂସଦୀୟ ଦଳ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ଦାବି କରିଛନ୍ତି।

କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଭୁଲ୍ ତଥ୍ୟ ଦେଇଥିବାରୁ, ଏବେ କେବଳ ଜେପିସି ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ଖଡ୍‌ଗେ କହିଛନ୍ତି।

କେବଳ ଏତିକି ନୁହେଁ, ସିଏଜି ରିପୋର୍ଟ, ପ୍ରତିରକ୍ଷା ସଉଦା କମିଟିର ସୁପାରିଶକୁ ଅଣଦେଖା କରି ଚୁକ୍ତି ହୋଇଥିବା ନେଇ ଖଡ୍‌ଗେ ପ୍ରଶ୍ନ ଉଠାଇଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ରାଫେଲ୍ ଚୁକ୍ତିକୁ ନେଇ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ଚଳିତ ବର୍ଷ ସାଧାରଣ ନିର୍ବାଚନରେ ତାଙ୍କ ଦଳ ଯଦି କ୍ଷମତାକୁ ଆସେ ରାଫେଲ୍ ଚୁକ୍ତିର ଅପରାଧିକ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପଟେ କଂଗ୍ରେସ ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ରାଫେଲ୍ ଏୟାରକ୍ରାଫ୍ଟର ଦର ନେଇ ସୀତାରମଣ ଯୁକ୍ତି ଦର୍ଶାଇଛନ୍ତି ଯେ, ୨୦୦୭ରେ ୫୨୬ କୋଟି ଟଙ୍କା ଥିଲା ୨୦୧୪ରେ ଏହା କ’ଣ ସମାନ ରହିଥିବ କି ବୋଲି ପ୍ରଶ୍ନ କରିଛନ୍ତି ନିର୍ମଳା।

ତା’ ଛଡ଼ା ୫୨୬ କୋଟି ଟଙ୍କାରେ କେବଳ ଏୟାରକ୍ରାଫ୍ଟ ଥିଲା ଏଣୁ ଏହି ଦର ସହ ଯୁଦ୍ଧାସ୍ତ୍ର ଖଚିତ ଏୟାରକ୍ରାଫ୍ଟର ଦର ତୁଳନା କରିବା ଯଥାର୍ଥ ନୁହେଁ ବୋଲି ନିର୍ମଳା କହିଛନ୍ତି। ଏହା ଛଡ଼ା ବିରୋଧୀ ଦଳ ଏୟାରକ୍ରାଫ୍ଟର ଦର ଭିନ୍ନ ଭିନ୍ନ ଦର୍ଶାଉଛନ୍ତି ନିର୍ବାଚନୀ ସଭାରେ ଗୋଟେ ତ ସଂସଦରେ ଗୋଟେ ଏଣୁ ଉପଯୁକ୍ତ ଅଧ୍ୟୟନ କରି ଏନେଇ କଥା କହିବାକୁ ସୀତାରମଣ ପରାମର୍ଶ ଦେଇଛନ୍ତି।

କେବଳ ଏତିକି ନୁହେଁ, କଂଗ୍ରେସ ହିନ୍ଦୁସ୍ତାନ ଏରୋନଟିକ୍ ଲିମିଟେଡକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛି। ୧୦ ବର୍ଷ ଧରି କ୍ଷମତାରେ ଥାଇ ବି HALର ଉତ୍ପାଦନ କ୍ଷମତା ବଢ଼ାଇ ପାରିଲେ ନାହିଁ। ଏନ୍‌ଡିଏ ଆସିବା ପରେ ତାହା କରାଯାଇଛି ବୋଲି ସୀତାରମଣ କହିଛନ୍ତି।

ଆହୁରି ପଢ଼ନ୍ତୁ

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ବିହାର ଲୋକେ ନୀତୀଶଙ୍କ ଉପରେ କେବଳ ରାଗୁ ନାହାନ୍ତି, ତାଙ୍କୁ ଘୃଣା ବି କରୁଛନ୍ତି; ତେଜସ୍ୱୀ ଯାଦବ

ରେଳବାଇର କୋଭିଡ୍‌ କେୟାର କୋଚ୍‌ରେ ମହାରାଷ୍ଟ୍ରର ଜଣେ ବି ରୋଗୀ ଆଡ୍‌ମିଶନ ହୋଇ ନାହାନ୍ତି

ଏପଟେ ପୂଜା ସେପଟେ ପତ୍ନୀଙ୍କୁ ହତ୍ୟା ! ପୂଜା ଘର ଭିତରୁ ମିଳିଲା ମୃତଦେହ

ଜେଡିଆର୍‌ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ ବଡ଼ ଖୁଲାସା

‘ଭାରତର କଡ଼ା ଜବାବରେ ଭୟଭୀତ ଚାଇନା’

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

ପରଲୋକରେ ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସ ଚେୟାରମ୍ୟାନ୍

ପଞ୍ଜାବ ଦୁଷ୍କର୍ମ ଘଟଣାରେ ବିଜେପିକୁ ରାହୁଲଙ୍କ ଜବାବ

You might also like