ବଜେଟ୍ ୨୦୨୦: ଆୟକର ଅଧା କମାଇଲେ ସରକାର

ନୂଆଦିଲ୍ଲୀ: ବଜେଟ୍‌ ୨୦୨୦ରେ ଆୟକର କୋହଳ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ବଜେଟ୍ ଉପସ୍ଥାପନ ବେଳେ ସୀତାରମଣ କହିଛନ୍ତି, ଆମେ ନୂଆ ବ୍ୟକ୍ତିଗତ ଆୟକର ବ୍ୟବସ୍ଥା ଆଣିବାକୁ ଚାହୁଁଛୁ। ଯେଉଁଥିରେ ଆୟକର କମାଇ ଦିଆଯିବ। ତେଣୁ ବର୍ତ୍ତମାନ ଯେଉଁ ବ୍ୟକ୍ତି ବାର୍ଷିକ ୫-୭.୫ ଲକ୍ଷ ଟଙ୍କା ଆୟ କରୁଥିବେ ସେମାନେ ୨୦% ବଦଳରେ ଏବେ ୧୦% ଆୟକର ଦେବେ। ପୂର୍ବରୁ ଆୟକର ୨୦% ଥିଲା।

ଅର୍ଥମନ୍ତ୍ରୀଙ୍କ ଦ୍ୱାରା  ଘୋଷଣା କରାଯାଇଥିବା ନୂଆ ଆୟକର ଗୁଡ଼ିକ ହେଲା-

ବାର୍ଷିକ ୫ ଲକ୍ଷ ଆୟ ପାଇଁ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ।
୫-୭.୫ ଲକ୍ଷ ଆୟ ପାଇଁ 10%(ପୂର୍ବରୁ ଏହା ୨୦% ଥିଲା) ଆୟକର ଦେବାକୁ ପଡ଼ିବ।
୭.୫-୧୦ ଲକ୍ଷ ଆୟ ପାଇଁ ୧୫%(ପୂର୍ବରୁ ଏହା ୨୦% ଥିଲା) ଦେବାକୁ ହେବ
ସେହିଭଳି୧୨-୧୫ ଲକ୍ଷ ଆୟ ପାଇଁ ୨୫% ଆୟକର ଦେବେ।
୧୫ ଲକ୍ଷ ଆୟ କରୁଥିବା ବ୍ୟକ୍ତିଙ୍କୁ ୩୦% ଆୟକର ଦେବାକୁ ପଡ଼ିବ।

ତେବେ ନୂଆ ଟିକସ ସ୍ଲାବ କରଦାତାଙ୍କ ପାଇଁ ଇଚ୍ଛାଧୀନ ରହିବ। ଲୋକମାନେ ଚାହିଁଲେ ପୁରୁଣା ଟିକସ ହାର ଅନୁଯାୟୀ କର ପୈଠକ କରିପାରିବେ।

You might also like