ଗୌରୀ ଲଙ୍କେଶ ହତ୍ୟା ଘଟଣାରେ ୧୮ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଲା ଏସ୍ଆଇଟି

ବେଙ୍ଗଳୁରୁ: ବହୁଚର୍ଚ୍ଚିତ ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟା ଘଟଣାରେ ଏସ୍ଆଇଟି ପକ୍ଷରୁ ୯ ହଜାର ୨୩୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି। ଏଥିରେ ୧୮ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

ବେଙ୍ଗଳୁରୁରେ ଗୌରୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏଥିରେ ଦକ୍ଷିଣପନ୍ଥୀ ସଂଗଠନ ସନାତନ ସଂସ୍ଥାର ହାତ ଅଛି ବୋଲି ଏସ୍ଆଇଟି କହିଛି।

ଦୀର୍ଘ ୫ ବର୍ଷ ଧରି ଯୋଜନା କରିବା ପରେ ଗୌରୀଙ୍କୁ ତାଙ୍କ ଘର ସାମନାରେ ହତ୍ୟା କରାଯାଇଥିଲା ବୋଲି ଚାର୍ଜସିଟ୍‌ରେ ଲେଖାଯାଇଛି। ବେଙ୍ଗଳୁରୁ ଓ ବେଲ୍‌ଗମ୍‌ରେ ମାରିବା ଲାଗି ଷଡ଼ଯନ୍ତ୍ର ହୋଇଥିଲା। ଚାର୍ଜସିଟ୍‌ରେ ଅମୋଲ କାଲେ, ସୁଜିତ କୁମାର ଏବଂ ଅମିତ ଡେଗେୱକରକୁ ମାଷ୍ଟର୍‌ମାଇଣ୍ଡ୍ ବୋଲି କୁହାଯାଇଛି।

ଗତବର୍ଷ ସେପ୍ଟେମ୍ବର୍ ୫ ତାରିଖରେ ଗୌରୀ ଲଙ୍କେଶଙ୍କୁ ବେଙ୍ଗଳୁରୁ ରାଜରାଜେଶ୍ୱରୀ ନଗରସ୍ଥିତ ତାଙ୍କ ଘର ଆଗରେ ଗୁଳି କରି ହତ୍ୟା କରାଯାଇଥିଲା।

You might also like