ଲାଇଭ ଶୋ’ କରୁଥିଲେ, ଚାଲିଗଲା ଜୀବନ

ମେଙ୍ଗାଲୁରୁ: ମୃତ୍ୟୁ କେତେବେଳେ ଏବଂ କେମିତି ଆସିବ, ସେକଥା ହୁଏତ କେହି ଜାଣି ନଥିବେ। ଲାଇଭ ଶୋ’ରେ ଗୀତ ଗାଉଥିବା ବେଳେ ପ୍ରଖ୍ୟାତ କୋଙ୍କଣି କଣ୍ଠଶିଳ୍ପୀ ଜେରୀ ବାଜ୍ଜୋଡିଙ୍କ ମୃତ୍ୟୁ ଘଟିବା ପୁଣିଥରେ ଏହି କଥାକୁ ପ୍ରମାଣିତ କରିଛି।

ମଙ୍ଗଳବାର ବିଳମ୍ବିତ ରାତିରେ ୫୧ ବର୍ଷୀୟ ଜେରୀ ବେଜାଇଠାରେ ଗଣେଶ ପୂଜା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଗୀତ ଗାଉଥିଲେ। ଏହି ସମୟରେ ଷ୍ଟେଜ ତଳେ ଶହଶହ ଲୋକ ଏକତ୍ରିତ ହୋଇଥିଲେ। ତେବେ ଗୀତ ଗାଉଥିବା ବେଳେ ହଠାତ୍‌ ସେ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଏକାକୀ ମ୍ୟୁଜିକାଲ କନର୍ସଟରେ ଗୀତ ଗାଉଥିବା ଜେରୀ ୫୦ରୁ ଅଧିକ ଗୀତ ଓ କୋଙ୍କଣି ଆଲବମରେ ସଂଗୀତ ସଂଯୋଜନା କରିଛନ୍ତି। ଏହି କାର୍ଯ୍ୟକ୍ରମର ଭିଡିଓ ଭାଇରାଲ ହୋଇଛି।
ଦେଖନ୍ତୁ ଭିଡିଓ

 

You might also like