୨୮ ଦିନରେ ୮୦ ରାଲି, ଆଉ ତା’ ପରେ ବସିଗଲା ସିଦ୍ଧୁଙ୍କ ତଣ୍ଟି

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବ ମନ୍ତ୍ରୀ  ନବଜ୍ୟୋତ  ସିଂହ ସିଦ୍ଧୁ ଏବେ ଗଳା ସମସ୍ୟାରେ ପଡ଼ିଛନ୍ତି। ଦେଶରେ ସାଧାରଣ ନିର୍ବାଚନ ପାଇଁ ସେ କଂଗ୍ରେସର ଷ୍ଟାର ପ୍ରରାରକ ରହିଛନ୍ତି। ଏଥିପାଇଁ ଗଲା ୨୮ ଦିନରେ ସିଦ୍ଧୁ ଦଳର ବିଭିନ୍ନ ପ୍ରାର୍ଥୀଙ୍କ ପ୍ରାୟ ୮୦ଟି ରାଲିରେ ଉଦ୍‌ବୋଧନ ଦେଇଥିଲେ। ଏଥିପାଇଁ ତାଙ୍କ ଭୋକାଲ କର୍ଡ ବା ଗଳାରେ ଗୁରୁତର କ୍ଷତି ହୋଇଛି।

ସିଦ୍ଧୁଙ୍କ ଅଫିସ ତରଫରୁ ମିଳିଥିବା ତଥ୍ୟ ଅନୁଯାୟୀ,ଲଗାତାର ଭାଷଣ ଦେବାରୁ ସେ ତାଙ୍କ ତଣ୍ଟି ବସିଯାଇଛି। ଏପରିକି ତାଙ୍କ ଗଳାରୁ ରକ୍ତ ବାହାରୁଛି। ଡାକ୍ତର ତାଙ୍କୁ କଥାବାର୍ତ୍ତା କରିବାକୁ ମନା କରିଛନ୍ତି। ଏଥିସହ ଯଥା ସମ୍ଭବ ବିଶ୍ରାମ ନେବାକୁ ମଧ୍ୟ ପରାମର୍ଶ ମିଳିଛି। ତେବେ ଆସନ୍ତା ୧୯ ତାରିଖର ଶେଷ ପର୍ଯ୍ୟାୟ ଭୋଟ ପାଇଁ ସିଦ୍ଧୁଙ୍କୁ ଦଳ ପ୍ରଚାର ଦାୟିତ୍ୱ ଦେଇଛି। ତେଣୁ ସେ ଇଞ୍ଜେକସନ୍‌ ଏବଂ ଷ୍ଟେରଏଡ଼୍‌ ନେଇ ୨ ଦିନ ବିଶ୍ରାମ ପରେ ପୁଣିଥରେ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

You might also like