ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସିଦ୍ଧୁ

ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ଶେଷରେ ମନ୍ତ୍ରୀ ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି। ଗତ ୧୦ ତାରିଖରୁ ପଞ୍ଜାବ କ୍ୟାବିନେଟ୍‌ରୁ ସେ ଇସ୍ତଫା ଦେଇଥିବା ନେଇ ଆଜି ସୂଚନା ଦେଇଛନ୍ତି।

ସେ ଇସ୍ତଫାପତ୍ର ଜୁନ ୧୦ରେ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଥିଲେ। ଆଜି ସେ ନିଜ ଇସ୍ତଫାପତ୍ରକୁ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ହେଁ ସିଦ୍ଧୁ ଏଯାଏ ରାହୁଲଙ୍କୁ ଅଧ୍ୟକ୍ଷ ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

ତେବେ ନିର୍ଦ୍ଧିଷ୍ଟ କେଉଁ କାରଣ ଯୋଗୁ ଇସ୍ତଫା ଦେଇଛନ୍ତି ସେ ନେଇ ସିଦ୍ଧୁ କିଛି ସ୍ପଷ୍ଟ କରିନାହାନ୍ତି।

ଗତ କିଛି ମାସ ଧରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହ ନବଜୋତ ସିଂ ସିଦ୍ଧୁଙ୍କ ବିବାଦ ସାମ୍ନାକୁ ଆସିଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍ ଖାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ, ଖଲିସ୍ତାନୀ ଆତଙ୍କବାଦୀଙ୍କ ସମର୍ଥନରେ ବୟାନ ସିନ୍ଧୁ ଏବଂ ଅମରିନ୍ଦରଙ୍କ ମଧ୍ୟରେ ଦୂରତା ବଢ଼ାଇଥିଲା। ତେବେ ଲୋକସଭା ନିର୍ବାଚନରେ ସିନ୍ଧୁଙ୍କ ପତ୍ନୀଙ୍କୁ ଟିକେଟ୍ ନ ମିଳିବା ପରେ ଏହି ବିବାଦ ଉଗ୍ର ରୂପ ଧାରଣ କରିଥିଲା। ବିଭିନ୍ନ ସମୟରେ ସିନ୍ଧୁ ଓ ଅମରିନ୍ଦର ପରସ୍ପର ପ୍ରତି ଆକ୍ଷେପମୂଳକ ବୟାନ ଦେଇଥିଲେ। ପରିସ୍ଥିତି ଏତେ ଗମ୍ଭୀର ହୋଇଥିଲା କି ସିନ୍ଧୁଙ୍କ ପାଖରେ ଥିବା ସବୁ ଦାୟିତ୍ୱରୁ ତାଙ୍କୁ ହଟାଇ ଦିଆଯାଇଥିଲା।

You might also like