ଦିଲ୍ଲୀରେ ମେଡିକାଲ ଭ୍ୟାନର ଶୁଭ ଉଦଘାଟନ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ମେଡିକାଲ ଭ୍ୟାନ ଉଦଘାଟନ କଲେ ବୈଜୟନ୍ତ

ଭୁବନେଶ୍ୱର: କରୋନା ସଂକ୍ରମିତଙ୍କ ପାଖରେ ମାସ୍କଠାରୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ ସୁବିଧା ପହଞ୍ଚାଇବା  ଲକ୍ଷରେ ଅଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ରାଜଧାନୀ ଦିଲ୍ଲୀର ଶାନ୍ତି ନିକେତନଠାରେ ଆଜି ଶ୍ରୀ ପଣ୍ଡା ମେଡିକାଲ ଭ୍ୟାନର୍‌ ଶୁଭ ଉଦଘାଟନ କରିଛନ୍ତି। ଏହି ଭ୍ୟାନ କୋଭିଡ୍‌ ରୋଗୀଙ୍କୁ ଖାଦ୍ୟ, ମାସ୍କ, ରାସନ , ଅକ୍ସିମିଟର୍‌, ଔଷଧ, ଥର୍ମୋମିଟର୍‌, ସାନିଟାଇଜର, ଅକ୍ସିଜେନ୍‌ ସିଲିଣ୍ଡର ଓ କନସେନ୍‌ଟ୍ରେଟର୍‌ ଆଦି ଯୋଗାଇବ। ତେବେ ଆର.କେ ପୁରମ୍‌ ପୂର୍ବତନ ବିଧାୟକ ଅନିଲ ଶର୍ମାଙ୍କ ଦ୍ୱାରା ଏହି ଭ୍ୟାନ ଆରମ୍ଭ କରାଯାଇଛି।

ବୈଜୟନ୍ତ ଏହାକୁ ଉଦଘାଟନ କରି କରୋନା ସଂକ୍ରମିତଙ୍କ ପରିବାର ତଥା ଅସହାୟଙ୍କୁ ରାସନ, ରନ୍ଧା ଖାଦ୍ୟ, ଔଷଧ କିଟ୍‌ ଏବଂ ମାସ୍କ ଇତ୍ୟାଦି ବଂଟନ କରିଛନ୍ତି। ଶ୍ରୀ ଶର୍ମାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ମେଡ଼ିକାଲ ଭ୍ୟାନ ଦିଲ୍ଲୀବାସୀଙ୍କ ସାହାଯ୍ୟ କରିବା ଦିଗରେ ଏକ ବହୁତ ଭଲ ପଦକ୍ଷେପ ବୋଲି ଶ୍ରୀ ପଣ୍ଡା ଏହି ଅବସରରେ କହିଛନ୍ତି। ଏହାସହ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପି ବିଜେପି କାର୍ଯ୍ୟକର୍ତ୍ତା ସେବା ହିଁ ସଂଗଠନ ଅଧୀନରେ ଜନତାଙ୍କୁ ସେବା ଯୋଗାଇ ଦେବା ଲାଗି ଅକ୍ଲାନ୍ତ ଉଦ୍ୟମ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀ ଶର୍ମାଙ୍କ ସହ ଦଳୀୟ କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ।

 

You might also like