ଶୁଟର ଦାଦିଙ୍କ ପରଲୋକରେ ଇମୋସନାଲ ହେଲେ ଅଭିନେତ୍ରୀ ତାପସୀ

ନୂଆଦିଲ୍ଲୀ: ଶୁଟର ଦାଦି ଭାବେ ପରିଚିତ ଚନ୍ଦ୍ରୋ ତୋମାରଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳଙ୍କୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇଥିଲେ ଓ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉତ୍ତର ପ୍ରଦେଶର ମିରଟରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ଉତ୍ତର ପ୍ରଦେଶର ବାଘପଟରେ ରହୁଥିବା ଶାର୍ପଶୁଟର ଚନ୍ଦ୍ରୋ ତୋମାର ଅନେକ ଶୁଟିଂ ପ୍ରତିଯୋଗିତାରେ ଭାଗ ନେଇ ବିଜୟ ହାସଲ କରିଥିଲେ। ୬୫ ବର୍ଷ ବୟସ ପରେ ଚନ୍ଦ୍ରୋ ତୋମାର ଶୁଟିଂ ଆରମ୍ଭ କରିଥିଲେତାଙ୍କ ଯା ପ୍ରକାଶୀ ତୋମାର ମଧ୍ୟ ଜଣେ ବୟସ୍କ ଶାର୍ପଶୁଟର। ଚନ୍ଦ୍ରୋ ତୋମାରଙ୍କ ଦେହାନ୍ତ ନେଇ ପ୍ରକାଶୀ ତୋମାର ଟ୍ୱିଟ କରି ଲେଖିଛନ୍ତି, ମୋ ସାଥୀ ପଳାଇଲା। ଚନ୍ଦ୍ରୋ କୁଆଡ଼େ ଚାଲିଗଲ !!

ଶାର୍ପଶୁଟର ଚନ୍ଦ୍ରୋ ଓ ପ୍ରକାଶୀଙ୍କ ଜୀବନ କାହାଣୀକୁ ଆଧାର କରି ୨୦୧୯ରେ ବଲିଉଡ ଫିଲ୍ମ Saand Ki Aankh’  ରିଲିଜ୍‌ ହୋଇଥିଲା। ଏଥିରେ ଅଭିନେତ୍ରୀ ତାପସୀ ପନ୍ନୁ ଓ ଭୂମି ପାଣ୍ଡେନକର ଅଭିନୟ କରିଥିଲେ।

ଶୁଟର ଦାଦି ଚନ୍ଦ୍ରୋ ତୋମାରଙ୍କ ବିୟୋଗରେ ଭୂମି ଓ ତାପସୀ ଉଭୟ ଶୋକ ପ୍ରକାଶ କରିଛନ୍ତି।  ଭାବବିହ୍ଵଳ ହୋଇ ତାପସୀ ଟ୍ୱିଟ କରି କହିଛନ୍ତି, ଆପଣଙ୍କର ପ୍ରେରଣା ସବୁବେଳେ ମନେ ରହି.. ସେସମସ୍ତ ଝିଅମାନଙ୍କ ହୃଦୟରେ ଆପଣ ସବୁବେଳେ ମନେ ରହିବେ, ଯେଉଁମାନଙ୍କୁ ଆପଣ ବଞ୍ଚିବା ପାଇଁ ସେମାନଙ୍କ ମଧ୍ୟରେ ଆଶା ସୃଷ୍ଟି କରିଥିଲେ। ମୋର ସବୁଠୁ ଅତି ପ୍ରିୟ ରକଷ୍ଟାରଙ୍କ ଆତ୍ମାକୁ ଭଗବାନ ଶାନ୍ତି ଦିଅନ୍ତୁ।

You might also like