ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ଗୁଜୁରାଟ: ମଦ ଢାଳି ଭୂମି ପୂଜନ। ଗୁଜରାଟରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ପୂର୍ବତନ ବିଜେପି ବିଧାୟକ ମୋତି ସିଂ ଭସାବା ଓ ଭାରତୀୟ ଟ୍ରାଇବାଲ ପାର୍ଟି ବା ବିଟିପି ବିଧାୟକ ମହେଶ ଭସାବା ମଦ ଢାଳି ଭୂମି ପୁଜା କରୁଥିବା ଦେଖାଦେଇଛି।

ଗୁଜରାଟର ନର୍ମଦା ଜିଲ୍ଲାର ଦରିଆପଡ଼ା ତହସିଲରେ ନୂଆ ରାସ୍ତା ର୍ନିମାଣ ପାଇଁ ଗତ ଶନିବାର ଏହି ଭୂମି ପୂଜନ କରାଯାଇଥିଲା। ଭୂମି ପୂଜନ ପରେ ଲୋକଙ୍କୁ ପ୍ରସାଦ ଭାବେ ଏହି ମଦକୁ ବଣ୍ଟାଯାଇଥିଲା।

ବିଟିପି ବିଧାୟକ ମହେଶ ଭସାବାଙ୍କ କହିବା ଅନୁଯାୟୀ,  ଅବିର, ଫୁଲ ଓ ନଡିଆ ସହ ମଦ ଢାଳି ଏହି ପୁଜା କରାଯାଇଥିଲା। ଆଦିବାସୀ ପରମ୍ପରା ମୁତାବକ ମଦ ଢାଳି ପୁଜା କରାଯାଇଥିବା ସେ କହିଛନ୍ତି।

ଏଭଳି ପରମ୍ପରା ଆଦିବାସୀ ସମାଜରେ ପ୍ରାଚୀନ କାଳରୁ ଚାଲିଆସୁଥିବା କହିଛନ୍ତି ବିଟିପି ବିଧାୟକ। ଭୂମି ପୂଜନ ବେଳେ ନର୍ମଦା ଜିଲ୍ଲା ପଞ୍ଚାୟତର ଅଧ୍ୟକ୍ଷଙ୍କ ସମେତ ଆହୁରି ଅନେକ ନେତା ମଧ୍ୟ ଉପସ୍ଥିତ ଥିଲେ।

You might also like