ବନ୍ଧୁକ, ଫୋର୍ସ ସହ ବାଘ ଧରିବାକୁ ଆସିଲା ପୋଲିସ , ଦେଖିଲା ବେଳକୁ…

ନୂଆଦିଲ୍ଲୀ: ପିଲାବେଳେ ବାଘ ଓ ମିଛ କହୁଥିବା ପିଲଟିର କଥା ଶୁଣିଥିଲୁ।   ବାଘ ଆସିଲା, ବାଘ ଆସିଲା ବୋଲି ପିଲାଟି ମିଛରେ ଚିତ୍କାର କରିଥିଲା । କିନ୍ତୁ ସତରେ ଦିନେ ବାଘଟି ଆସିଥିଲା । ହେଲେ ପିଲାଟି ଯେତେ ଚିତ୍କାର କରି ଘର ଲୋକଙ୍କୁ ଡାକିଲେ ବି କେହି ତା କଥାକୁ ବିଶ୍ୱାସ କରିନଥିଲେ। ଶେଷରେ ପିଲାଟିକୁ ବାଘ ନେଇଯାଇଥିଲା।

କିନ୍ତୁ ଆମେ ଯେଉଁ କାହାଣୀ ବିଷୟରେ ଏଠାରେ କହିବାକୁ ଯାଉଛୁ, ସେହିଭଳି ନ ହୋଇଥିଲେ ବି ଅଳ୍ପ ବହୁତ ସେ କାହାଣୀ ସହ ଜଡିତ। କେହି ଜଣେ ପୋଲିସ ବାବାଙ୍କୁ ଖବର ଦେଲେ ଯେ ବାଘ ବାହାରେ ବୁଲୁଛି। ଏକଥା ଶୁଣି ପୋଲିସ ଘଟଣାର ଖୋଳତାଡ କରିବାକୁ ଲାଗିଲା। ପରେ ପୋଲିସ ହେଲିକପ୍ଟର ଯୋଗେ ଅନୁସନ୍ଧାନ ଆରମ୍ଭ କରିଥିଲା। ପୋଲିସ ଫୋର୍ସ ଲାଗିପଡି  ଖୋଜିବାକୁ ଲାଗିଲେ। ଖୋଜା ଖୋଜି କରି ଯେତେବେଳେ ବାଘଟି ପାଖରେ ପହଞ୍ଚିଥିଲେ, ତାଜୁବ ହୋଇଗଲେ।

ଖବର ଅନୁଯାୟୀ, ଏହି ଘଟଣା ଇଗଥାମର ଏକ ଛୋଟ ଗାଁରେ ଘଟିଛି । ସେହି ଗାଁର ଜଣେ ବ୍ୟକ୍ତି ପୋଲିସକୁ ଖବର ଦେଇଥିଲେ ଯେ ଏଠାରେ ବାଘ ଅଛି। ଖବର ପାଇ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚିଲା। କିନ୍ତୁ ପୋଲିସ ସେଠାରେ ପହଞ୍ଚି ଦେଖିଲା ବାଘ ନୁହସ, ଏହା ବାଘର ଏକ ବଡ ମୂର୍ତ୍ତି।

ପରେ ଜଣାପଡ଼ିଥିଲା, ଏହି ବାଘର ମୂର୍ତ୍ତିଟିକୁ ୮୫ବର୍ଷର ଜଣେ ବୃଦ୍ଧା ତିଆରି କରିଛନ୍ତି । ଏହି ବୁଦ୍ଧାଙ୍କ ନାମ ଜୁଲିଏଟ୍ ସିମ୍ପସନ୍। ପାଖାପାଖି ୨୦ ବର୍ଷ ତଳର ପୁରୁଣା ମୂର୍ତ୍ତି ବୋଲି କୁହାଯାଉଛି। ଜୁଲିଏଟ୍ ଯେତେବେଳେ ଜାଣିବାକୁ ପାଇଲେ ଯେ ପୋଲିସ ତାଙ୍କର ଏହି ମୂର୍ତ୍ତିକୁ ଅସଲି ବାଘ ଭାବିକି  ଧରିବା ପାଇଁ ଆସିଥିଲା, ସେତେବେଳେ ସେ ବହୁତ ସମୟ ଧରି ହସିବାକୁ ଲାଗିଥିଲେ।

ଜୁଲିଏଟ୍ ଏକ ଗଣମାଧ୍ୟମକୁ କହିଥିଲେ, ମୋ ପୁଅ ମତେ ଫୋନ କରି କହିଲା ଯେ, ମା’ କିଛି ପୋଲିସ୍ ଅସ୍ତ୍ରଶସ୍ତ୍ର ଧରି ଆମ ଘରଆଡେ ଯାଉଛନ୍ତି। କିନ୍ତୁ ସେତେବେଳକୁ ମୁଁ ଆକାଶ ମାର୍ଗରେ ସେମାନଙ୍କର ହେଲିକପ୍ଟର ଦେଖିସାରିଥିଲି।  ପାଖାପାଖି ୧୦ ଜଣ ପୋଲିସ କର୍ମୀଥିଲେ ବୋଲି ଜୁଲିଏଟ୍ କହିଛନ୍ତି।

ଆହୁରି ପଢ଼ନ୍ତୁ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

You might also like