ସୁଶାନ୍ତଙ୍କ ମୃତ୍ୟୁ ନେଇ ସଲମାନଙ୍କୁ ଟାର୍ଗେଟ କରିବାରୁ ଏମିତି କହିଲେ ପାକ୍ କ୍ରିକେଟର୍ ଶୋଏବ ଅଖତାର୍‌

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ସମସ୍ତେ ଦୁଃଖିତ। ସମସ୍ତେ ନିଜ ନିଜ ଉପାୟରେ ଦୁଃଖ ପ୍ରକାଶ କରୁଛନ୍ତି ଏବଂ ସୁଶାନ୍ତଙ୍କ ସ୍ମୃତିକୁ ମନେ ପକାଉଛନ୍ତି। ଏହି ଏହି ତାଲିକାରେ ସାମିଲ୍ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର। ଅଖତର ନିଜ ୟୁଟ୍ୟୁବ ଚ୍ୟାନେଲରେ ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ନେଇ ମତ ରଖିଛନ୍ତି। ଭିଡିଓରେ ସେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଶୋଏବ କହିଥିଲେ, ୨୦୧୬ରେ ସେ ସୁଶାନ୍ତଙ୍କୁ ଭେଟିଥିଲେ। ମୁଁ ବହୁତ ଦୁଃଖିତ ଯେ, ସେହି ସମୟରେ ମୁଁ ସୁଶାନ୍ତଙ୍କୁ ଅଟକାଇ ତାଙ୍କ ସହ ମୋର ଅନୁଭୂତିକୁ ବାଣ୍ଟିପାରି ନଥିଲି।

ଶୋଏବ ଅଖତର କହିଛନ୍ତି, “ଯେତେବେଳେ ମୁଁ ତାଙ୍କୁ ଭେଟିଥିଲି ସେତେବେଳେ ସୁଶାନ୍ତଙ୍କ ପ୍ରତି ମୋର ସେତେଟା ବିଶ୍ୱାସ ଆସିନଥିଲା। ମୁଁ ସତରେ ତାଙ୍କ ଉପରେ ଏତେ ଆତ୍ମବିଶ୍ୱାସ ଥିବା ଅନୁଭବ କରି ନଥିଲି। ସେ ମୋତେ ପ୍ରଣାମ କଲେ। କିନ୍ତୁ ସେହି ସମୟରେ ମୋର ଜଣେ ବନ୍ଧୁ କହିଥିଲେ, ସେ ଏମ୍‌ଏସ୍ ଧୋନିଙ୍କ ଫିଲ୍ମରେ ତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ତା’ପରେ ମୁଁ ଭାବିଲି ଯେ ତାଙ୍କ ଅଭିନୟ ଦେଖିବାକୁ ପଡ଼ିବ। କିନ୍ତୁ ମୋର ଗୋଟିଏ ଅବଶୋଷ ରହିଲା, ମୁଁ ତାଙ୍କ ସହ କଥା ହୋଇପାରିଲି ନାହିଁ।”

ଶୋଏବ ଅଖତର ମଧ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ କହିଥିଲେ, ବିପଦ ସମୟରେ ଏତେ ବ୍ୟାକୁଳ ହେବା ଉଚିତ୍ ନୁହେଁ। ଏହାକୁ ସାମ୍ନା କରିବା ଜରୁରୀ। ତେବେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସଲମନ୍‌ଙ୍କୁ ଟାର୍ଗେଟ କରାଯାଉଥିବା ଘଟଣାକୁ ଶୋଏବ ନିନ୍ଦା କରିଛନ୍ତି। ବିନା ପ୍ରମାଣରେ କାହାକୁ ଦୋଷ ଦେବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଶୋଏବ ଅଖତରଙ୍କ ଏହି ଭିଡିଓକୁ ଦେଢ଼ ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି।

 

 

 

 

You might also like