ନେହରୁଙ୍କ ଭୁଲ ନିଷ୍ପତ୍ତି ପାଇଁ ଗୋଆ ସ୍ୱାଧୀନତା ଫେରି ପାଇବାରେ ବିଳମ୍ବ ହେଲା-ଶିବରାଜ

ପାଣାଜି: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ତଥା ବିଜେପିର ବରିଷ୍ଠ ନେତା ଗତକାଲି ଗୋଆରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି।  ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ନିଜର ମତ ରଖିବାକୁ ଯାଇ କହିଛନ୍ତି ‘ଧାରା ୩୭୦ ପ୍ରସଙ୍ଗରେ ରାହୁଲ୍ କିଛି କହିବେ ବୋଲି ଜଣାପଡ଼ୁନି। କାରଣ ସେ ଏବେ ‘ରଣଛୋଡଦାସ ଗାନ୍ଧି’ ହୋଇ ଯାଇଛନ୍ତି। କଂଗ୍ରେସ ସାଧାରଣ ନିର୍ବାଚନ ହାରିବା ପରେ ଦଳକୁ ମଜବୁତ କରିବା ଦାୟିତ୍ୱ ତାଙ୍କର ଥିଲା, ହେଲେ ସେ ଏହା ନକରି ଅନ୍ୟତ୍ର ପଳାଇଲେ ବୋଲି ଶିବରାଜ କହିଛନ୍ତି।

ଗୋଆରେ ବିଜେପି ସଦସ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ନେତା ଓ କର୍ମୀଙ୍କୁ ସମ୍ୱୋଧନ କରିବା ବେଳେ ଶିବରାଜ କହିଛନ୍ତି ଏବେ ଆଶା କରୁଛୁ କଂଗ୍ରେସର ନୂଆ ଅଧ୍ୟକ୍ଷ ସୋନିଆ ଗାନ୍ଧି ଧାରା ୩୭୦ ବାବଦରେ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିବେ।

କଂଗ୍ରେସ ଏବେ ଭ୍ରମରେ ପଡ଼ିଛି । ତେଣୁ ବିଭିନ୍ନ ପ୍ରସଙ୍ଗରେ ଦଳର ନେତା ଭିନ୍ନ ଭିନ୍ନ ମତ ରଖୁଛନ୍ତି ବୋଲି ଶିବରାଜ କହିଛନ୍ତି। କିଛି କଂଗ୍ରେସ ନେତା ଧାରା ୩୭୦କୁ ବିରୋଧ କରିବାକୁ ଯାଇ ପାକିସ୍ତାନର କଥାକୁ ଏଠାରେ ଦୋହରାଉଛନ୍ତି ବୋଲି ଶିବରାଜ କହିଛନ୍ତି।

ଏହି ଅବସରରେ ସେ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁଙ୍କ ଭୁଲ ନିଷ୍ପତ୍ତି ପାଇଁ ଆଜି ଜମ୍ମୁ କାଶ୍ମୀରରେ ସମସ୍ୟା ଦେଖାଦେଇଛି। ଖାଲି ଏତିକି ନୁହେଁ ଭୁଲ୍ ନିଷ୍ପତ୍ତି ପାଇଁ ଗୋଆକୁ ଦୀର୍ଘ ୪୫୧ ବର୍ଷ ଧରି ପର୍ତ୍ତୁଗୀଜ ଶାସନ କରି ଆସୁଥିଲା ବୋଲି ସେ କହିଛନ୍ତି। ଶେଷରେ ୧୯୬୧ରେ ଗୋଆ ଭାରତରେ ମିଶିଥିଲା ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

୨୦୧୯ରେ ୨୦୫୦ ଥର ଅସ୍ତ୍ରବିରତୀ ଉଲ୍ଲଙ୍ଘନ କଲାଣି ପାକିସ୍ତାନ; ଗଲାଣି ୨୧ ଜୀବନ

ପାକିସ୍ତାନ ବିରୋଧରେ ମିଛ ପ୍ରଚାର କରୁଛନ୍ତି ଭାରତ ସରକାର; ଶରଦ ପାୱାର୍

ଆନ୍ଧ୍ର ଡଙ୍ଗାବୁଡ଼ିରେ ମୃତ୍ୟୁ ସଂଖ୍ୟା ୧୨ ଛୁଇଁଲା; ଆହୁରି ବଢ଼ିପାରେ

ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନ ହାରିବ: ଇମ୍ରାନ ଖାନ୍

ଚଳନ୍ତା ଗାଡ଼ିରେ ଏମିତି ଟାୟାର ବଦଳାଇଲେ ଯୁବକ, ଭିଡିଓ ଭାଇରାଲ

ପୂଜା ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଭେଟି

ଓସାମା ବିନ୍ ଲାଡେନ୍‌ ପୁଅ ହମଜା ବିନ୍ ଲାଡେନ ନିହତ

ନୂଆ ଅସ୍ତ୍ରଶସ୍ତ୍ର ଓ ଉପକରଣ ଲାଗି ୪୦ ହଜାର କୋଟି ଦାବି କଲା ବାୟୁସେନା

ସନ୍ଧାନୀ କୁକୁର ‘ଡଚ୍‌’କୁ ଭାରତୀୟ ସେନାର ଶ୍ରଦ୍ଧାଞ୍ଜଳି

ତୈଳ କମ୍ପାନୀ ଉପରେ ଡ୍ରୋନ୍‌ ଆକ୍ରମଣ

ଏମିତି ବି ଆସେ ମୃତ୍ୟୁ: ନାଗିନ୍‌ ଡ୍ୟାନ୍ସ କରୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ

ଭାରତରେ ହେବ ଶପିଂ ଫେଷ୍ଟିଭାଲ

You might also like