କାଲିଠୁ ଅନିର୍ଦ୍ଦିଷ୍ଟକାଳ ଯାଏ ଶିରିଡି ବନ୍ଦ

ଶିରିଡି: ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବୟାନକୁ ତ୍ରୀବ ବିରୋଧ କରାଯାଇଛି। ଯାହାକୁ ନେଇ ଏବେ ଅନିର୍ଦ୍ଦିଷ୍ଟକାଳ ଯାଏ ଶିରିଡି ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତାକାଲିଠୁ ଶିରିଡି ବନ୍ଦ ନେଇ ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ହୋଇଛି।

ତେବେ ମନ୍ଦିର ଖୋଲା ରହିବ। ହେଲେ ସ୍ଥାନୀୟ ହୋଟେଲ, ଆଶ୍ରମ ସମେତ ଦୋକାନ, ବଜାର ସବୁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି।

ଏନେଇ ଗ୍ରାମବାସୀ ଆଜି ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି।  ଏହି ବୈଠକରେ ଆଗାମୀ ରଣନୀତି ଓ ପରବର୍ତ୍ତୀ ନିଷ୍ପତ୍ତି ନିଆଯିିବ ବୋଲି ସୂଚନା ମିଳିଛି।

ସୂଚନାଥାଉ କି, ମହାରାଷ୍ଟ୍ରର ପରଭନିର ପାଥରୀରେ ସାଇବାବାଙ୍କ ଜନ୍ମସ୍ଥାନ ବୋଲି ଉଦ୍ଧବ ଠାକ୍‌ରେ କହିଥିଲେ। ତାଙ୍କର ଏହି ବୟାନକୁ ନେଇ ତୀବ୍ର ବିରୋଧ କରାଯାଇଛି।

You might also like