ଶାନ୍ତି ଚୁକ୍ତି ଘୋଷଣା ପରେ ଆତ୍ମଘାତୀ ହମଲା, ୧୬ ମୃତ

କାବୁଲ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ତାଲିବାନ ପକ୍ଷରୁ ଆତ୍ମଘାତୀ ଆକ୍ରମଣ କରାଯାଇଛି। ଆଫ୍‌ଗାନିସ୍ତାନର ରାଜଧାନୀ କାବୁଲରେ ଆଜି ସଂଗଠନ ପକ୍ଷରୁ ହମ୍‌ଲା କରାଯାଇଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

ଆଫଗାନିସ୍ତାନରେ ତାଲିବାନ ସକ୍ରିୟ ଥିବାରୁ ଆମେରିକା ଏମାନଙ୍କୁ ଦମନ କରିବାକୁ ଉଦ୍ୟମ କରୁଛି। ଏଥିପାଇଁ ବ୍ୟାପକ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ଦୀର୍ଘବର୍ଷ ହେଲାଣି ମୁତୟନ କରାଇଛି। ଏବେ କିନ୍ତୁ ଆମେରିକା ଓ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ପାଇଁ ଆଲୋଚନା ଚାଲିଛି। ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ଆମେରିକା ରାଷ୍ଟ୍ରଦୂତ ତାଲିବାନ ସହ ଶାନ୍ତି ଚୁକ୍ତି ହେବା ନିଶ୍ଚିତ ବୋଲି ଘୋଷଣା କରିଥିଲେ। ଏଥିସହ ଆଫଗାନିସ୍ତାନରୁ ୫ ହଜାର ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରାଯିବ ବୋଲି କହିଥିଲେ।

ହେଲେ ଏହି ଘୋଷଣାର ମାତ୍ର କିଛି ଘଣ୍ଟା ପରେ ଆଫ୍‌ଗାନିସ୍ତାନ ପକ୍ଷରୁ ଏକାଧିକ ଅନ୍ତର୍ଜାତୀୟ ଏନ୍‌ଜିଓ ଏବଂ ପ୍ରତିଷ୍ଠାନ ଥିବା ଗ୍ରୀନ୍‌ ଭିଲେଜ ପରିସରରେ ଆତ୍ମଘାତୀ ଆକ୍ରମଣ କରାଯାଇଛି। ଆତ୍ମଘାତୀ ହମ୍‌ଲା ପରେ ୫ ଜଣ ଆତଙ୍କବାଦୀ ଏହା ମଧ୍ୟକୁ ପ୍ରବେଶ କରିବାକୁ ଚାହୁଁଥିଲେ। ହେଲେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଫଳରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି, ସୋମବାର ବିଳମ୍ବିତ ରାତିରେ ୱେଷ୍ଟର୍ଣ୍ଣ ୱାଲ ନିକଟରେ ଏହି ହମ୍‌ଲା ହୋଇଛି। ଆକ୍ରମଣକୁ ଦୃଷ୍ଟିରେ ରଖି ୪୦୦ ବିଦେଶୀ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏହି ଆକ୍ରମଣେ ୧୬ ଜଣ ସ୍ଥାନୀୟ ଲୋକ ପ୍ରାଣ ହରାଇଛନ୍ତି।

ତାଲିବାନ ସହ ଏଭଳି ଲୋକ ଦେଖାଣିଆ ଶାନ୍ତି ଚୁକ୍ତି ବିରୋଧରେ ସ୍ଥାନୀୟ ଲୋକେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଛନ୍ତି। ସେମାନେ କହିଛନ୍ତି, ଆମେରିକା ଓ ତାଲିବାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ସାଧାରଣ ଲୋକ ହିଁ ବଳି ପଡ଼ୁଛନ୍ତି। ଏହାପୂର୍ବରୁ ମଧ୍ୟ ଏକାଧିକ ଥର ତାଲିବାନ ଆତଙ୍କବାଦୀମାନେ ଏଠାରେ ଆକ୍ରମଣ କରିଥିଲେ।

ଆହୁରି ପଢ଼ନ୍ତୁ

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ…

ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

You might also like