ସରିଫ୍‌ ଓ ମରିୟମ୍‌ଙ୍କୁ ଜେଲ୍‌ରେ ଦିଆଗଲା ବି-କ୍ଲାସ୍ ସୁବିଧା

ରାଓ୍ୱଲପିଣ୍ଡି : ଆସନ୍ତା ସୋମବାର ଦିନ ଦଣ୍ଡାଦେଶ ବିରୋଧରେ କୋର୍ଟରେ ଆବେଦନ କରିବେ ନୱାଜ ସରିଫ୍। ଏନେଇ ସୂଚନା ଦେଇଛନ୍ତି ସରିଫଙ୍କ ଓକିଲ ଖାଓ୍ୱାଜା ହାରିସ୍‌। ଗତକାଲି ପାକିସ୍ତାନ ପହଞ୍ଚିବା ପରେ ତାଙ୍କୁ ଗିରଫ କରିଥିଲା ପାକିସ୍ତାନ ପୋଲିସ। ନୱାଜଙ୍କ ସହ ତାଙ୍କ ଝିଅ ମରିୟମଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ।

 ଉଭୟଙ୍କୁ ରାଓ୍ୱଲପିଣ୍ଡି ଆଦିଆଲା ଜେଲ୍‌ରେ ବି- କ୍ଲାସ୍ ସୁବିଧା ସୁଯୋଗ ଦିଆଯାଇଛି।  ବି-କ୍ଲାସରେ ଏସି କୋଠରୀ ଓ ଟିଭି ଦେଖିପାରିବା ଭଳି ସୁବିଧା ସୁଯୋଗ ରହିଥାଏ। ଇଂଲଣ୍ଡର ଏଭିନ୍‌ଫିଲ୍ଡ ପ୍ରପଟିରେ ନଓ୍ୱାଜ ସରିଫଙ୍କ ଏକାଧିକ ସମ୍ପତ୍ତି ଥିବା ପାନାମା ପେପର୍ ଲିକ୍ ପରେ ଖୁଲାସା ହୋଇଥିଲା। ଏହାପରେ ଦୁର୍ନୀତି ଅଭିଯୋଗରେ ନୱାଜ୍‌ଙ୍କୁ ୧୦ ବର୍ଷ ଓ ମରିୟମଙ୍କୁ ୭ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ନ୍ୟାସନାଲ୍ ଆକାଉଣ୍ଟବିଲିଟି ବ୍ୟୁରୋ କୋର୍ଟ।

ସେପଟେ ଅଲ୍ ଅଜିଜିଆ ଷ୍ଟିଲ୍ ମିଲ୍‌ସରେ ନିବେଶ ସମେତ ବାକି ଥିବା ଅନ୍ୟ ଦୁଇଟି ଦୁର୍ନୀତି ମାମଲାର ବିଚାର ମଧ୍ୟ ଆକାଉଣ୍ଟେବିଲିଟି କୋର୍ଟ କରିବ ବୋଲି ପାକିସ୍ତାନର ନ୍ୟାୟ ଓ ଆଇନ ମନ୍ତ୍ରାଳୟ ଏକ ନୂଆ ବିଜ୍ଞପ୍ତି ପ୍ରକାଶ କରିଛି।

 

You might also like