ପାକିସ୍ତାନକୁ ସବକ୍‌ ଶିଖାଇବ ‘ସାରଙ୍ଗ’

ଜବଲପୁର: ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ସବୁଠାରୁ ବଡ ତୋପ କୁହାଯାଉଥିବା ‘ସାରଙ୍ଗ’ର ସଫଳ ପରୀକ୍ଷଣ ହୋଇଯାଇଛି। ପାକିସ୍ତାନକୁ ମୁକାବିଲା କରିବାପାଇଁ ଏହା ଭାରତୀୟ ସେନାକୁ ଏହା ବେଶ ସାହାଯ୍ୟ କରିବ। ଏହି ତୋପ ପାକ୍‌ ଅଧିକୃତ କାଶ୍ମୀରର ୪୦ରୁ ୫୦ କିମି ଭିତରକୁ ଲକ୍ଷ୍ୟଭେଦ କରିପାରିବ। କାନ୍‌ପୁରସ୍ଥିତ ଆର୍ଡନେନ୍ସ ଫ୍ୟାକ୍ଟି ଦ୍ୱାରା ନିର୍ମିତ ୧୫୫ ଏମଏମର ଏହି ତୋପ ମଧ୍ୟ ପ୍ରଦେଶ ଜବଲପୁର ସ୍ଥିତ ଖମରିଆ ରେଞ୍ଜରେ ସଫଳ ପରୀକ୍ଷଣ କରାଯାଇଛି। ଏହା ପୂର୍ବରୁ ଭାରତ କେ-୯, ବଜ୍ର-ଟି, ଧନୁଶ ଏବଂ ଆମେରିକା ନିର୍ମିତ ଏମ-୭୭୭ ତୋପ ସେନାରେ ସାମିଲ କରିସାରିଛି।

ବିଷ୍ଣୁଙ୍କ ଧନୁ ସାରଙ୍ଗ ନାଁ ଅନୁସାରେ ଏହି ତୋପର ନାମ ଶାରଙ୍ଗ ରଖାଯାଇଛି। ଚଳିତବର୍ଷ ଏହିପରି ୩୦ଟି ତୋପ ଭାରତୀୟ ସେନାକୁ ହସ୍ତାନ୍ତର କରାଯିବ। ଏକ ସଙ୍ଗରେ ତିନୋଟି ଗୁଳି ଫୁଟିବାର କ୍ଷମତା ସାରଙ୍ଗର ରହିଛି। ୧୩୦ ଏମଏମ୍‌ର ଏମ୍‌-୪୬ ତୋପକୁ ଉନ୍ନତ କରି ଏହାକୁ ନିର୍ମାଣ କରାଯାଇଛି। ଏମ-୪୬ର ଲକ୍ଷ୍ୟଭେଦ କ୍ଷମତା ୨୭ କିମି ଥିବାବେଳେ ଏହାର ୩୬ କିମି ପର୍ଯ୍ୟନ୍ତ ରହିଛି।

ସାରଙ୍ଗ ତୋପ୭୦ ଡିଗ୍ରୀ ପଯ୍ୟନ୍ତ ଘୂରି ପାରିବ। ୨୦୨୨ ସୁଦ୍ଧା ୩୦୦ ସାରଙ୍ଗ ନିର୍ମାଣ କରି ସେନାକୁ ଦିଆଯିବ। ଗୋଟିଏ ସାରଙ୍ଗ ନିର୍ମାଣ କରିବା ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି।

 

You might also like