ପାକିସ୍ତାନ ବିରୋଧରେ ମିଛ ପ୍ରଚାର କରୁଛନ୍ତି ଭାରତ ସରକାର; ଶରଦ ପାୱାର୍

ମୁମ୍ବାଇ: ପାକିସ୍ତାନକୁ ପ୍ରଶଂସା କଲେ, ଆଉ ମୋଦି ସରକାରଙ୍କ ବିରୋଧରେ ମିଛ ଖବର ପ୍ରଚାର କରୁଥିବା ଅଭିଯୋଗ ଆଣିଲେ(ଏନ୍‌ସିପି) ନ୍ୟାସ୍‌ନାଲ୍‌ କଂଗ୍ରେସ ପାର୍ଟିଂ ନେତା ଶରଦ ପାୱାର। ପାକିସ୍ତାନର ଆତିଥେୟତାକୁ ଖୁବ୍‌ ପ୍ରଶଂସା କରିଛନ୍ତି ଏନ୍‌ସିପି ନେତା ଶରଦ ପାୱାର୍। ରାଜନୈତିକ ଫାଇଦା ପାଇଁ ଭାରତର କେନ୍ଦ୍ର ସରକାର ପାକିସ୍ତାନ ବିରୋଧରେ ମିଛ ପ୍ରଚାର କରୁଛନ୍ତି ବୋଲି ପାୱାର କହିଛନ୍ତି।

ରବିବାର ଏନ୍‌ସିପି ମୁଖ୍ୟକାର୍ଯ୍ୟାଳୟରେ ସଂଖ୍ୟାଲଘୁଙ୍କ ସମ୍ପର୍କରେ ଉଦ୍ଦିଷ୍ଟ ଏକ କାର୍ଯ୍ୟକ୍ରମରେ ଏପରି କହିଛନ୍ତି ପାୱାର। ସେ କହିଛନ୍ତି, ଏଠାରେ କିଛି ଲୋକ କହୁଛନ୍ତି ଯେ ପାକିସ୍ତାନରେ ଲୋକ ନ୍ୟାୟ ପାଉ ନାହାନ୍ତି, ଓ ଖୁବ୍‌ ଦୁଃଖୀ ଅଛନ୍ତି। କିନ୍ତୁ ଏହା ସତ ନୁହେଁ। ପାକିସ୍ତାନର ପ୍ରକୃତ ପରିସ୍ଥିତି ବିଷୟରେ ନ ଜାଣି କେବଳ ରାଜନୈତିକ ଫାଇଦା ପାଇଁ ଏପରି କୁହାଯାଉଥିବା ଶରଦ କହିଛନ୍ତି। ଶାସକ ଦଳ ରୈଜନୈତିକ ଲାଭ ପାଇଁ ଏପରି କରୁଛି ବୋଲି ଅଭିଯୋଗ ଆଣିଛନ୍ତି ଶରଦ।

ଏଥିସହିତ ସେ ନିକଟରେ ପାକିସ୍ତାନ ଯାଇଥିଲେ ଓ ସେଠାରେ ସେ ପାକିସ୍ତାନର ଉତ୍ତମ ଆତିଥେୟତା ପାଇଥିଲେ ବୋଲି ଶରଦ କହିଛନ୍ତି। ସେମାନେ ତାଙ୍କ ସମ୍ପର୍କୀୟଙ୍କୁ ଭେଟିବାକୁ ଭାରତ ଆସିପାରିବେ ନାହିଁ। କିନ୍ତୁ ସେମାନେ ଭାରତୀୟଙ୍କୁ ସେମାନଙ୍କର ଅତିଥି ଭଳି ବ୍ୟବହାର କରନ୍ତି ବୋଲି ଶରଦ କହିଛନ୍ତି।

ଏଥିସହିତ ଧାରା ୨୭୦ର ଗୁରୁତ୍ୱକୁ ହ୍ରାସ କରିବା ଓ ୩୭୦ ଧାରା ଉଚ୍ଛେଦକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ ପାୱାର। ଏହାଦ୍ୱାରା ଘାଟିରେ ଆତଙ୍କବାଦ ବଢ଼ିବ ବୋଲି ପାୱାର କହିଛନ୍ତି।

ଶନିବାର ସୁରତର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ  ପାକିସ୍ତାନ ଉପରେ ବିଭାଜନର ରାଜନୀତି କରିବା ସହ ସେଠରେ ସଂଖ୍ୟା ଲଘୁଙ୍କ ଉପରେ ଅତ୍ୟାଚାର ହେଉଛି ବୋଲି କହିଥିଲେ। ଯାହାକୁ ନେଇ ଆଜି ଶରଦ ଏପରି ଟାର୍ଗେଟ୍ କରିଛନ୍ତି।

You might also like