ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ନୂଆଦିଲ୍ଲୀ: ଜାତିସଂଘରେ ପାକିସ୍ତାନ ଆଭିମୂଖ୍ୟକୁ ଭାରତ ତୀବ୍ର ଭର୍ତ୍ସନା କରିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ବିରୋଧରେ ମିଛ, କପୋଳକଳ୍ପିତ ଓ ଦ୍ୱେଷ ଉଦ୍ରେକକାରୀ ତଥ୍ୟ ରଖିଛନ୍ତି ବୋଲି ଭାରତ କହିବା ସହ ଏଥିରୁ ନିବୃତ ରହିବାକୁ କହିଛି । ତେବେ କାଶ୍ମୀର ସମସ୍ୟାର ସମାଧାନ ପାଇଁ ଯଦି ପାକିସ୍ତାନ ଇଛୁକ, ତା ହେଲେ ନିଜ ଅକ୍ତିଆରରେ ରଖିଥିବା ପାକ୍ ଅଧିକୃତ କାଶ୍ମୀରକୁ ଛାଡ଼ି ଦେଉ ବୋଲି ଭାରତ କହିଛି ।

ଜାତିସଂଘର ୭୫ତମ ସାଧାରଣ ଅଧିବେଶନକୁ ସମ୍ବୋଧନ କରି ଇମ୍ରାନ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ । ପାକିସ୍ତାନ ସବୁବେଳେ ଶାନ୍ତି ଚାହେଁ ଏଥିପାଇଁ ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଓ ୩୫ ଏ ଉଚ୍ଛେଦକୁ ଇଙ୍ଗିତ କରିଥିଲେ ଇମ୍ରାନ । ଶାନ୍ତି ପ୍ରତିଷ୍ଠା ପାଇଁ ଜାମ୍ମୁ ଓ କାଶ୍ମୀର ସଂପର୍କରେ ୨୦୧୯ ଅଗଷ୍ଟ ୫ରେ ନିଆଯାଇଥିବା ନିଷ୍ପତ୍ତି ପ୍ରତ୍ୟାହାର କରିବା ଆବଶ୍ୟକ ବୋଲି ଇମ୍ରାନ କହିଥିଲେ ।

ଇମ୍ରାନଙ୍କ ଏହି ପୂର୍ବ ରେକର୍ଡ ସମ୍ବୋଧନବେଳେ କକ୍ଷ ତ୍ୟାଗ କରିଥିବା ଜାତିସଂଘର ଭାରତୀୟ ପ୍ରତିନିଧି ମିଜିିଟୋ ଭିନିଟୋ ଜବାବଦେହୀ ଅଧିକାର ବଳରେ ନିଜର ଉତ୍ତର ରଖିଥିଲେ।  ଉତ୍ତର ରଖି ଇମ୍ରାନଙ୍କ ଅଭିଯୋଗର କଡ଼ା ଜବାବ ଦେଇଥିଲେ ଭିନିଟୋ। ଏନେଇ ଭିନିଟୋ କହିଥିଲେ ଯେ, ଜାମ୍ମୁ ଓ କାଶ୍ମୀର ଭାରତର ଅବିଛେଦ୍ୟ ଅଙ୍ଗ॥ ସେଠାରେ ଯାହା ବି ଆଇନଗତ ପଦକ୍ଷେପ ନିଆଯାଇଛି, ତାହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର ।

ଭିନିଟୋ କହିଛନ୍ତି ଯେ, ପାକିସ୍ତାନ ଏହି ମ଼ଞ୍ଚର ଅପବ୍ୟବହାର କରୁଛି। ଦୁନିଆ ପାଇଁ କିଛି ବି ପରାମର୍ଶ ନାହିଁ। ଭାରତ ବିରୋଧରେ ମିଛ ପ୍ରଚାର କରିବା ହେଉଛି ପାକିସ୍ତାନର ମୁଖ୍ୟ ଉଦ୍ଦେଶ୍ୟ। ପାକିସ୍ତାନ ଯେଉଁ ଶବ୍ଦ ବ୍ୟବହାର କରୁଛି ତାହା ଯୁଦ୍ଧକୁ ଉସକେଇଲା ଭଳି ଶବ୍ଦ। ଗୋଟିଏ ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ କେବଳ।

ଆହୁରି ପଢ଼ନ୍ତୁ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

You might also like