୧୨ ବର୍ଷର ଝିଅକୁ ଯୌନ ରାକ୍ଷସଙ୍କ ମୁହଁକୁ ଠେଲି ଦେଲେ ବାପା-ମା‘

ଥୁରୁଅନନ୍ତପୁରମ: କୁହାଯାଏ ଅଭାବରେ ପଡ଼ିଲେ ମଣିଷର ସ୍ୱଭାବ ବଦଳିଯାଏ। ଏହି ଅଭାବୀ ମଣିଷର ‌ଏମିତି ଅସ୍ୱାଭାବିକ କାଣ୍ଡ ଆମେ ଅନେକ ଦେଖି ଆସିଛେ। ହେଲେ ଥିରୁଅନନ୍ତପୁରର ଏହି ଅଭାବି ପରିବାରର ଜୀବନ ଯନ୍ତ୍ରଣା ଆପଣଙ୍କ ଛାତି ଥରାଇଦେବ। ଅଭାବ ପଡ଼ି ଯେ ବାପାମା’ ଏମିତି କିଛି କରିପାରନ୍ତି !

ଏଠି ଆର୍ଥିକ ଅନଟନରୁ ମୁକୁଳିବା ପାଇଁ ବାପା ଓ ମାଆ ନିଜ ଝିଅକୁ ଯୌନ ବଜାରରେ ବିକ୍ରି କରି ଦେଇଛନ୍ତି। ଯେଉଁ ବୟସରେ ବାପାର ଆଙ୍ଗୁଳି ଧରି ଦୁନିଆରେ ଚାଲିବା ଶିଖିବାର ଥିଲା, ଗାଁ ଦାଣ୍ଡରେ ସାଙ୍ଗ ସାଥୀ ମେଳରେ ଖେଳିବାର ଥିଲା ସେହି ବୟସରେ ବାପା ଝିଅର ଆଙ୍ଗୁଳି ଧରି ଏକ ଅନ୍ଧାର ଘର ଭିତରକୁ ଠେଲି ଦେଇଥିଲା ଯୌନ ପିଶାଚଙ୍କ କ୍ଷୁଧା ମେଣ୍ଟାଇବା ପାଇଁ। ଆଉ ଲୋକଲଜ୍ଜା ଭୟରେ ୧୨ ବର୍ଷର ଝିଅଟି ଏହି ଯନ୍ତ୍ରଣାକୁ ନିଜ ଛାତିରେ ଚାପି ରଖିଥିଲା। ଆଉ କାହାକୁ କହି ନପାରି ନିଜ ଘର କବାଟରେ ଚକ୍ ଖଡ଼ିରେ ଲେଖିଦେଇଥିଲା ସରୀ ଆମ୍ମା (ଦୁଃଖିତ ମା’)।

ଏଭଳି କୁତ୍ସିତ କାରନାମା ଦେଖିବାକୁ ମିଳିଛି କେରଳ ଜିଲ୍ଲା ମଲ୍ଲପୁରମର ଚେଲାରୀରେ। ଜଣେ ୧୨ ବର୍ଷ ବୟସ୍କା ଝିଅ ୩୦ ଜଣ ଯୌନ ରାକ୍ଷସଙ୍କ ଦୁଷ୍କର୍ମର ଶିକାର ହୋଇଛି। ସପ୍ତମ ଶ୍ରେଣୀରେ ଏବେ ପାଠ ପଢ଼ୁଛି ଝିଅଟି। ଏହି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିବା ପରେ ତିରୁଅଙ୍ଗାଡି ପୁଲିସ୍ ୩ ଜଣଙ୍କୁ ଗିରଫ୍ କରିଛି। ଗିରଫଙ୍କ ମଧ୍ୟରେ ଝିଅର ବାପା ରହିଛି। ଅନ୍ୟ ଦୁଇ ଗିରଫ ଦୁଷ୍କର୍ମକାରୀ ହେଲେ ଅସରଫ ଏବଂ ଶ୍ୟାଜୁ। ଏହି ତିନି ଜଣଙ୍କ ବିରୋଧରେ ପୁଲିସ୍ ଏବେ ପକସୋ ଆକ୍ଟ ୨୦୧୨ ଅନୁଯାୟୀ ମାମଲା ରୁଜୁ କରିଛି।

ତଦନ୍ତ ବେଳେ ପୀଡ଼ିତା ସ୍ୱୀକାର କରିଛି ଯେ ସେ ୨ ବର୍ଷ ହେଲା ୩୦ ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛି। ତେବେ ସମସ୍ତଙ୍କୁ ପୀଡ଼ିତା ଏବେ ଚିହ୍ନି ପାରୁନଥିବା ଜଣାପଡ଼ିଛି।

ଦୁଷ୍କର୍ମର ଶିକାର ହେବା ପରେ ଏହି ନାବାଳିକା ପ୍ରତିଦିନ ସ୍କୁଲ ଆସୁନଥିଲା। ଏମିତିକି ଝିଅଟିର ବ୍ୟବହାର ଏବଂ ମାନସିକ ସ୍ଥିତି ଠିକ୍ ରହୁନଥିବା ସ୍କୁଲ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ଏହାପରେ ସ୍କୁଲ କର୍ତ୍ତୃପକ୍ଷ ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି)କୁ ଗତ ଶନିବାର ଖବର ଦେଇଥିଲେ। ଏହାପରେ ସିଡବ୍ଲ୍ୟୁସି ଟିମ୍ ଝିଅଟିର ଘରକୁ ତଦନ୍ତ ପାଇଁ ଯାଇ ଘଟଣା ବାବଦରେ ଅବଗତ ହୋଇଥିଲେ।

ଆହୁରି ପଢ଼ନ୍ତୁ

ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୩ ଦିନରେ ୧୦ ଲକ୍ଷ ସୁସ୍ଥ

ଭାରତର ସାର୍ବଭୌମତ୍ୱ ରକ୍ଷାର ପ୍ରୟାସକୁ ସମର୍ଥନ କଲା ଆମେରିକା

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

You might also like