ସେକ୍ସ ସ୍କାଣ୍ଡାଲ୍‌: ବଡ଼ ବଡ଼ ଲୋକଙ୍କୁ ଏମିତି ଟାର୍ଗେଟ୍‌ କରି ବ୍ଲାକ୍‌ମେଲିଂ କରାଯାଉଥିଲା

ଭୋପାଲ: ମଧ୍ୟପ୍ରଦେଶରେ ଚାଲିଥିବା ଦେଶର ସବୁଠାରୁ ବଡ଼ ସେକ୍ସ ସ୍କାଣ୍ଡାଲର ଖୁଲାସା ହେବାପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏଥିରେ ପାଖାପାଖି ୪୦ରୁ ଅଧିକ କଲ୍‌ ଗାର୍ଲ ନିୟୋଜିତ ଥିଲେ। ସେମାନଙ୍କ ମଧ୍ୟରେ କିଛି ବଲିଉଡ୍‌ ଅଭିନେତ୍ରୀ ମଧ୍ୟ ସାମିଲ ଥିବା କୁହାଯାଉଛି।

ଏହି ବଡ଼ ଧରଣର ହନି ଟ୍ରାପ୍‌ରେ ଧନୀ ଲୋକଙ୍କୁ ଟାର୍ଗେଟ୍ କରି କରାଯାଉଥିଲା। ବିଶେଷକରି ବଡ଼ ବଡ଼ ପ୍ରଶାସକ ଏବଂ ରାଜନୀତିକ ବ୍ୟକ୍ତିଙ୍କୁ ବ୍ଲାକ୍‌ମେଲ କରିବାରେ ଏମାନେ ନିୟୋଜିତ ହୋଇଥିଲେ।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ୧୦ରୁ ଅଧିକ ଟପ୍‌ ବ୍ୟୁରୋକ୍ରାଟସ୍‌ ଓ ମଧ୍ୟ ପ୍ରଦେଶର ୮ ଜଣ ପୂର୍ବତନ ମନ୍ତ୍ରୀଙ୍କୁ ଜେରା କରାଯାଉଛି।

ସେପଟେ ବ୍ଲାକମେଲ୍‌ ଏବଂ ଧମକ ମାମଲାର ତଦନ୍ତ ପରେ ୫ ଜଣ ମହିଳା ଓ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଏଥିସହ ୧ହଜାର ସେକ୍ସ ଚାଟ୍ କ୍ଲିପ୍‌ସ, ଭିଡିଓ ଓ ଅଡିଓ ସବୁ ବିଭିନ୍ନ କମ୍ପ୍ୟୁଟର ଓ ମୋବାଇଲ୍‌ ଫୋନ୍‌ରୁ ମିଳିଛି। ତେବେ ଏହି ସ୍କାଣ୍ଡାଲ୍‌ କେବଳ ମଧ୍ୟ ପ୍ରଦେଶରେ ସୀମିତ ହୋଇ ରହି ନାହିଁ ବରଂ ରାଜ୍ୟ ବାହାରେ ମଧ୍ୟ ଏହି ସ୍କାଣ୍ଡାଲ୍‌ ଚାଲିଥିଲା ବୋଲି ଜଣାପଡ଼ିଛି। ଏହି ସ୍କାଣ୍ଡାଲ୍‌ରେ କଲେଜ ଯାଉଥିବା ଝିଅମାନେ ସମ୍ପୃକ୍ତ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିମ୍ନ ମଧ୍ୟବିତ୍ତ ପରିବାରର। ଚାକିରି ପ୍ରଲୋଭନ ଓ ବିଳାସପୂର୍ଣ୍ଣ ଜୀବନଯାପନ କରିବାର ସ୍ୱପ୍ନ ଦେଖାଇ ସେମାନଙ୍କୁ ଏଥିରେ ସମ୍ପୃକ୍ତି କରାଯାଇଥିଲା।

ବଲିଉଡ୍‌ର ବି ଗ୍ରେଡ୍‌ ଅଭିନେତ୍ରୀ ଏବଂ କଲ୍‌ଗାର୍ଲଙ୍କୁ ବ୍ୟବହାର କରି ବଡ଼ ବଡ଼ ଲୋକଙ୍କୁ ଟାର୍ଗେଟ୍‌ କରି ଫଶା ଯାଉଥିଲା। ସେମାନଙ୍କ ଜରିଆରେ ମୋବାଇଲ ଏବଂ ସ୍ପାଇ କ୍ୟାମ୍‌ ଜରିଆରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡିଂ କରାଯାଉଥିଲା। ପରେ ଏହି ଭିଡିଓ ବ୍ୟବହାର କରି ବ୍ଲାକ୍‌ମେଲ କରାଯାଉଥିଲା।

ସୂଚନାଯୋଗ୍ୟ, ଇନ୍ଦୋର ନଗରପାଳିକାର ଇଞ୍ଜିନିୟର ହରଭଜନ ସିଂହ ଗତ ସପ୍ତାହରେ ଏକ ଅଭିଯୋଗ ଥାନାରେ ଦେଇଥିଲେ। ଜଣେ ମହିଳା ଏକ ଭିଡିଓ କ୍ଲିପ୍‌ ଦେଖାଇ ତାଙ୍କ ପାଖରୁ ୩ କୋଟି ଟଙ୍କା ଦାବି କରୁଛି ବୋଲି ସେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ତଦନ୍ତ କରି ଏହି ହନିଟ୍ରାପ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲା। ଯେଉଁଥିରେ ୫ ଯୁବତୀ ଏବଂ ଜଣେ ଯୁବକ ଥିଲେ। ସେମାନେ ହେଲେ ଆରତି ଦୟାଲ(୨୯), ମୋନିକା ଯାଦବ(୧୮), ଶ୍ୱେତା ବିଜୟ ଜୈନ୍(୩୯), ଶ୍ୱେତା ସ୍ୱପ୍ନିଲ୍ ଜୈନ୍(୪୮), ବର୍ଖା ସୋନୀ(୩୪) ଏବଂ ଓମ୍ ପ୍ରକାଶ କୋରି(୪୫)। ଏବେ ସେମାନେ ଜେଲରେ ଅଛନ୍ତି। ଗିରଫ ବେଳେ ସେମାନଙ୍କଠାରୁ ଲାପଟପ୍ ପରି ଅନେକ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ, ମୋବାଇଲ୍, ଡାଏରୀ ଆଦି ପୁଲିସ୍ ପାଇଛି। ଏହିସବୁ ଡାଏରୀ ଓ ଲାପ୍‌ଟପ୍‌ରେ ଅନେକ ବଡ଼ବଡ଼ିଆଙ୍କ ଯୌନ କାରବାର ନେଇ ଫଟୋ, ଭିଡ଼ିଓ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ରହିଛି।

ଶ୍ୱେତା ବିଜୟ ଜୈନ୍ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ବୋଲି ଏସଆଇଟି ଜାଣିବାକୁ ପାଇଛି। ଏହି ଗ୍ୟାଙ୍ଗ ଧରାପଡ଼ିବା ପରେ ମଧ୍ୟ ପ୍ରଦେଶରୁ ଆରମ୍ଭ କରି ଦିଲ୍ଲୀ ରାଜନୀତି ପର୍ଯ୍ୟନ୍ତ ସବୁଠି  ହଇଚଇ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରସ ପୀଡ଼ିତାଙ୍କ ବାପା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

ସାମ୍ନାକୁ ଆସିଲା ଆଉ ଏକ ଭାଇରସ୍‌: ଭାରତରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା

ହାଥରସ ଗଣଦୁଷ୍କର୍ମ ମାମଲା; ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଛନ୍ତି ପ୍ରିୟଙ୍କା-ରାହୁଲ

ରିୟାଙ୍କ ଘରୁ ମିଳିଲା ଏମିତି ଜିନିଷ, ହୋଇପାରେ ୧୦ ବର୍ଷ ଜେଲ୍‌

ହାଥରସ୍‌ ଘଟଣାର ପୁନରାବୃତ୍ତି: ଦୁଷ୍କର୍ମ ପରେ ମରଣାନ୍ତକ ଆକ୍ରମଣ, ଆଖି ବୁଜିଲେ ଛାତ୍ରୀ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

You might also like