ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ ?

ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ବିବାହର ପ୍ରତିଶୃତି ଦେଇ ଏଣିକି ଶାରୀରିକ ସମ୍ପର୍କ ରଖିଲେ ତାହାକୁ ଦୁଷ୍କର୍ମ ବୋଲି ଧରାଯିବ ନାହିଁ ବୋଲି କହିଛନ୍ତି କୋର୍ଟ। ଜାତୀୟ ଗଣାମଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଜଣେ ମହିଳା ୨୦୦୮ ମସିବାରଉ ଲିଭଇନ ରିଲେସନରେ ଥିଲେ। ପରେ କୌଣସି କାରଣରୁ ପ୍ରେମିକ ପାଖରୁ ଅଲଗା ହେବା ପରେ ଅନ୍ୟ ଜଣଙ୍କୁ ବିବାହ କରିଥିଲେ। କିନ୍ତୁ ପରେ ରିଲେସନରେ ରହିଥିବା ମହିଳା ଜଣଙ୍କ ସମ୍ପୃକ୍ତ ଯୁବବଙ୍କ ନାଁରେ ଦୁଷ୍କର୍ମ ମାମଲା ଦାୟର କରିଥିଲେ। ଏହାସହ ମହିଳା ଜଣକ କହିଛନ୍ତି ଯେ, ମୋ ସହ ଯେଉଁ ସମୟରେ ସେ ପ୍ରେମ ସମ୍ପର୍କ ରଖିଥିଲେ ଠିକ ସେହି ସମୟରେ ଅନ୍ୟ ଜଣଙ୍କ ସହ ମଧ୍ୟ ସେ ସମ୍ପର୍କ ରଖିଥିଲେ।

କିନ୍ତୁ ମତେ ଏ ସମ୍ପର୍କରେ କୌଣସି କଥା କେବେ କହିନଥିଲେ। ଆମ ସମ୍ପର୍କ ପରିବାର ମଧ୍ୟ ଜାଣିଥିଲା। କିନ୍ତୁ ପରେ ଅନ୍ୟ ଜଣେ ମହିଳାଙ୍କୁ ଯୁବକ ଜଣକ ବିବାହ କରିଥିଲେ। ତେବେ ଏହି ମାମଲା ଜଷ୍ଟିସ ବିଭୁ ବଖରୁଙ୍କ ନେତୃତ୍ୱାଧୀନ ଖଣ୍ଡପୀରେ ଶୁଣାଣି ହୋଇଥିଲା। କୋର୍ଟ କହିଛନ୍ତି ଯେ,  ‘କିଛି କ୍ଷେତ୍ରରେ, ବିବାହ କରିବା ପାଇଁ ପ୍ରତିଶ୍ରୁତି ପରେ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ରାଜି କରା ଯାଇପାରେ।

ଯଦିଓ ଏପରି ଉଭୟ ପକ୍ଷ ସମାନ ସମ୍ମତି ଦେବାକୁ ଇଚ୍ଛା କରନ୍ତି ନାହିଁ। ଏକ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ଏପରି ପ୍ରୋତ୍ସାହନ ସମ୍ମତି ଲାଭ କରିପାରେ। କିଛି କ୍ଷେତ୍ରରେ ଶୋଷଣ କରିବା ଉଦ୍ଦେଶ୍ୟରେ ମିଥ୍ୟା ପ୍ରତିଶୃତି ଦିଆଯାଇ ଶାରୀରିକ ସମ୍ପର୍କ ରଖାଯାଏ, ଯଦି ଏପରି କରାଯାଏ ତେବେ ଏହା ୩୭୫ ଧାରା ଅନୁଯାୟୀ ଅପରାଧ ବିବେଚିତ କରାଯାଏ। ତେବେ ଏପରି ରାୟ ଆସିବା ପରେ ଘଟଣାକୁ ନେଇ ଜୋରଦାର ଚର୍ଚା ହେଉଛି।

You might also like