ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ସେକ୍ସ କଲ୍ଟ ଗୁରୁ କିଥ୍ ରୋନିଏରିକୁ ଆମେରିକାର ଏକ କୋର୍ଟ ୧୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ସେ ବହୁ ମହିଳାଙ୍କୁ ନିଜର କ୍ରୀତଦାସ କରି ରଖିଥିଲେ । ସେମାନଙ୍କ ସହିତ ଶାରୀରିକ ସଂପର୍କ ରଖୁଥିଲେ । ସେ ନେକ୍ସିଅମ୍ ସେକ୍ସ କଲ୍ଟ ନାମରେ ଏକ ସଂଗଠନ ଗଢି ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲେ । ସେ ଠକେଇ, ଯୁବତୀ ଚାଲାଣ, ଶିଶୁ ପର୍ଣ୍ଣୋଗ୍ରାଫି ଓ ଅନ୍ୟ ଅପରାଧ କରିଥିବା ଆମେରିକା ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଏହି ୬୦ ବର୍ଷୀୟ ରୋନିଏରି ବହୁ ମହିଳାଙ୍କ ଜୀବନ ନଷ୍ଟ କରିଥିବା ଅଭିଯୋଗ ଆସିଛି । କୋର୍ଟ ତାକୁ ୧.୭୫ ମିଲିଅନ୍ ଡଲାର ଜୋରିମାନାରେ ଦଣ୍ଡିତ କରିଛନ୍ତି । ତାକୁ ୧୨୦ ବର୍ଷ ଜେଲ୍ ଦଣ୍ଡ ହୋଇଥିବାରୁ ତାର ଶେଷ ଜୀବନ ଜେଲରେ ହିଁ କଟିବ ବୋଲି ଅଭିଯୋଗକାରିଣୀଙ୍କ ଓକିଲ କହିଛନ୍ତି । ତେବେ ସେ ଉପର କୋର୍ଟରେ ଅପିଲ୍ କରିବ ବୋଲି ତାଙ୍କର ଓକିଲ କହିଛନ୍ତି ।

ରୋନିଏରି ଓ ତାର ସଂଗଠନ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ସଂପର୍କରେ ପ୍ରଥମେ ନ୍ୟୁ ୟର୍କ ଟାଇମ୍ସ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ହେଲେ ରୋନିଏରି ଏହାକୁ ଖଣ୍ଡନ କରିଥିଲେ । ଆମେରିକା ପ୍ରଶାସନ ୨୦୧୬ରେ ଏହା ଉପରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା ।

କୁହାଯାଉଛି, ୧୯୯୮ ମସିହାରେ ରୋନିଏରି ଏହି ସଂଗଠନ ତିଆରି କରିଥିଲା । ମାନବ ଜାତି ଓ ମାନବିକ ମୂଲ୍ୟବୋଧର ବିକାଶ ପାଇଁ ଏହି ସଂଗଠନ କାମ କରୁଥିବା କୁହାଯାଇଥିଲା ।  ସେ ପ୍ରଥମେ ନିଜକୁ ଜଣେ ଆଇକନ୍ ଭାବେ ପ୍ରତିପାଦିତ କରିବାକୁ ଚାହିଁଥିଲେ । କିନ୍ତୁ ତା ପଛରେ ଥିଲା ତାଙ୍କର ମନ୍ଦ ଉଦ୍ଦେଶ୍ୟ ।  ସେ ଅନେକ ମନଲୋଭା କଥା କହି ମହିଳାମାନଙ୍କୁ ତାଙ୍କ ସଂଗଠନ ପ୍ରତି ଆକର୍ଷିତ କରୁଥିଲା ।

ଆମେରିକାର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ,  ଆମେରିକା, କାନାଡା, ମେକ୍ସିକୋ ଓ ମଧ୍ୟ ଆମେରିକୀୟ ଦେଶର ପ୍ରାୟ ୧୬, ୦୦୦ ଲୋକ ଏହି ତାଙ୍କ ସହ ଜଡିତ ଥିବାର ସଂଗଠନ ଦାବି କରେ । ଅନେକ ପୀଡିତା ଅଭିଯୋଗ କରିଛନ୍ତି ଯେ, ମହିଳାମାନଙ୍କୁ ସେ ଦାସୀ ଭାବେ ଦେଖେ । ଅଧିକାଂଶ ସମୟରେ ଯୌନ ସଂପର୍କ ରଖେ ।

ସଂଗଠନର ସଦସ୍ୟା ହୋଇଥିବା ମହିଳା ଅଭିଯୋଗ କରିଛନ୍ତି ଯେ,  ତଳି ପେଟରେ ନିଆଁରେ ପୋଡି ରୋନିଏରି ଲେଖି ଭିଡିଓ କରି ପଠାଇବାକୁ ସେ ବାଧ୍ୟ କରନ୍ତି । ଅନ୍ୟ ଜଣେ ପୀଡିତା କୋର୍ଟକୁ ଜଣାଇଥିଲେ ଯେ, ରୋନିଏରି ତାଙ୍କ ସହ ସଂପର୍କ ରଖିଥିଲେ ।  ପରେ ତାଙ୍କ ସାନ ଭଉଣୀ ସହ ବି ସଂପର୍କ ରଖିଲେ । ଗର୍ଭବତୀ ହେବାରୁ  ଗର୍ଭପାତ କରିବାକୁ ବାଧ୍ୟ କଲେ । ୧୫ ଜଣ ପୀଡିତା କୋର୍ଟରେ ସେମାନଙ୍କ ବୟାନ ଦେଇଛନ୍ତି । ରୋନିଏରି ଯୌନପିପାସୁ ଥିଲା ବୋଲି ସମସ୍ତେ କୋର୍ଟରେ କାନ୍ଦି କାନ୍ଦି କହିଛନ୍ତି ।

ସେ ବେଳେ ବେଳେ ସ୍ୱତନ୍ତ୍ର ଉତ୍ସବ କରି ମହିଳାମାନଙ୍କୁ ଉଲଗ୍ନ କରାଇବା ପାଇଁ ବଧ୍ୟ କରୁଥିଲେ । ଏହି ସଂଗଠନର କର୍ମକର୍ତ୍ତାମାନଙ୍କ ମଧ୍ୟରେ ସେ ଏକମାତ୍ର ପୁରୁଷ ଥିଲା । ସଂଗଠନକୁ ଅଧିକ ସଂଖ୍ୟାରେ ୧୮ ବର୍ଷୀୟ ଝିଅଙ୍କୁ ଆଣିବା ପାଇଁ ସେ ଅନ୍ୟ ମହିଳାମାନଙ୍କୁ ପ୍ରବର୍ତ୍ତାଉଥିଲା । ତାର ସଂଗଠନ ସହିତ ବହୁ ଅଭିନେତ୍ରୀ, ବଡ ବଡ ବ୍ୟବସାୟୀଙ୍କ ପତ୍ନୀ ଓ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ପତ୍ନୀ ମଧ୍ୟ ସାମିଲ ଥିବା ଜଣେ ମହିଳା କହିଛନ୍ତି । ଏହି ମଣିଷରୂପୀ ରାକ୍ଷସର କଳା କାରନାମା ଆମେରିକାରେ ହାଟରେ ପଡି ଦାଣ୍ଡରେ ଗଡ଼ିବା ପରେ ଏବେ ସଜ୍ଜା ମିଳିଛି।

ଆହୁରି ପଢ଼ନ୍ତୁ

ଦେଶବ୍ୟାପୀ ଆରଟିପିସିଆର ଟେଷ୍ଟର ସମାନ ମୂଲ୍ୟ ଧାର୍ଯ୍ୟ କର: ସୁପ୍ରିମ୍‌କୋର୍ଟ

ବ୍ୟାଙ୍କ୍‌ ନୋଟ୍‌ ଦ୍ୱାରା ବ୍ୟାପିବ କି କରୋନା ସଂକ୍ରମଣ ? ସାମ୍ନାକୁ ଆସିଲା ନୂଆ ତଥ୍ୟ

ଭୀଷଣ ବାତ୍ୟାର ରୂପ ନେଇ ଆଜି ଲ୍ୟାଣ୍ଡଫଲ୍‌ କରିପାରେ ‘ନିଭାର’, ହାଇ ଆଲର୍ଟ ଜାରି

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ

ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ‘ସ୍ପୁଟନିକ୍-ଭି’

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ଶକ୍ତି ଗୋଟାଉଛି ନିଭାର, ୧୨୦ କିଲୋମିଟର ବେଗରେ ବହିବ ପବନ

ପୁଣି ୪୩ ଚାଇନିଜ୍ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର

କରୋନା ଟିକା ନେଇ କ’ଣ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ?

ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

ସୋନୁ ସୁଦ୍‌ଙ୍କର ଅଜବ୍‌ ଫ୍ୟାନ୍‌, ଦେଖା କରିବାକୁ ସାଇକେଲ୍‌ରେ ବିହାରରୁ ମୁମ୍ୱାଇ ଯାତ୍ରା କରିବେ

ମାଓବାଦୀଙ୍କ ହାତକୁ ସୁରକ୍ଷାକର୍ମୀଙ୍କ ବନ୍ଧୁକ ଆସିଲା କେମିତି ?

You might also like