ଳ୍ୟାଣ୍ଡଫଲ୍ ପୂର୍ବରୁ ତାଣ୍ଡବ ରଚିଲାଣି ତାଉତେ ! ୧୮୫ କିମି ସ୍ପିଡରେ ବହିବ ପବନ, ଉଡ଼ିବ ଛପର

ନୂଆଦିଲ୍ଲୀ: ଖୁବଶୀଘ୍ର ଲ୍ୟାଣ୍ଡଫଲ୍ କରିବ ତାଉତେ । ଆଉ ଲ୍ୟାଣ୍ଡଫଲ୍ ପୂର୍ବରୁ ଉପକୂଳରେ ତାଣ୍ଡବ ରଚିଲାଣି ବାତ୍ୟା ତାଉତେ । ସୋମବାର ରାତିରେ ଗୁଜରାଟ ଉପକୂଳ ଛୁଇଁବ ଏହି ବାତ୍ୟା । ଏଥିପାଇଁ ଏବେଠୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ପଶିଲାଣି ଛନକା । କାରଣ ବେଳକୁ ବେଳ ଅତି ସାଂଘାତିକ ହେଉଛି ବାତ୍ୟା ତାଉତେ

ତେବେ ବାତ୍ୟା ଅମ୍ଫାନ ଭଳି ତାଉତେର ପ୍ରଭାବ ରହିବ । ଏନେଇ ଓଟିଭିକୁ ନିଜ ପ୍ରତିକ୍ରିୟ ଦେବା ବେଳେ NDRF ଡିଜି ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ତାଉତେ ମୁକାବିଲା ପାଇଁ NDRFର ୨୮ଟି ଟିମ୍ ପ୍ରସ୍ତୁତ ଅଛି ।
ବାତ୍ୟା ବେଳେ ଓ ପରବର୍ତ୍ତୀ ସମୟରେ ଉଦ୍ଧାର କାର୍ଯ୍ୟରେ ସେମାନେ ନିୟୋଜିତ ହେବେ । ଗତ ଅମ୍ଫାନ ବାତ୍ୟାରେ ପବନର ବେଗ ରହିଥିଲା ୧୯୦ କିମି । ଏବେ ଆଇଏମଡି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ତାଉତେର ଘଣ୍ଟାପ୍ରତି ସର୍ବାଧିକ ୧୮୫ କିମି ରହିବ । ଏହି ବତ୍ୟା ପ୍ରଭାବରେ କଚ୍ଚା ଘର, ଟିଣ ଛପର ଘର ଭାଙ୍ଗିବା ସହ ଗଛ ଉପୁଡ଼ିବ ବୋଲି ଆଶଙ୍କା କରାଯାଉଥିବା କହିଛନ୍ତି NDRF ଡିଜି ସତ୍ୟନାରାୟଣ ପ୍ରଧାନ ।

ଅନ୍ୟପଟେ ଗୁଜରାଟର ପୋରବନ୍ଦର ଓ ମହୁବା ଦେଇ ରାତି ୮ ଟାରୁ ୧୧ଟା ଭିତରେ ଅତିକ୍ରମ କରିବ ଏହି ବାତ୍ୟା । ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବ ବୋଲି ପୂର୍ବନୁମାନ କରାଯାଉଛି । ମଝିରେ ମଝିରେ ପବନର ବେଗ ଘଣ୍ଟାପ୍ରତି ୧୮୫ କିମି ପର୍ଯ୍ୟନ୍ତ ବଢ଼ିବାର ଆଶଙ୍କା ମଧ୍ୟ ରହିଛି । ଖାଲି ସେତିକି ନୁହେଁ ରାତି ତମାମ ପବନ ଲାଗି ରହିବ । ମଙ୍ଗଳବାର ସକାଳୁ ଧିରେ ଧିରେ ବାତ୍ୟାର ତାଉତେର ତାଉ କମିବ । ଏନେଇ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଓଟିଭିକୁ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଅତି ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ତାଉତେ । ତେବେ ସ୍ଥଳ ଭାଗରେ ପହଞ୍ଚିବା ପରେ ଏହାର ବେଗ ଆହୁରୀ ବଢ଼ିବା ନେଇ ପୂର୍ବାନୁମାନ କରାଯାଉଛି । ସମୁଦ୍ର ଅଶାନ୍ତ ରହିବା ସହ ତିନି ମିଟର ଉଚ୍ଚର ଲହରୀ ଉଠିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ କେରଳ, ଗୋଆ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ ଉପକୂଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଗୋଆ, ମୁମ୍ବାଇ ସମେତ ଏକାଧିକ ଅଞ୍ଚଳରେ ଲଗାଣ ବର୍ଷା ଓ ପବନ ଯୋଗୁଁ ବଡ଼ ବଡ଼ ଗଛ ଭାଙ୍ଗିିଛି ।

ସେପଟେ ମହାରାଷ୍ଟ୍ର ଜଳଗାରେ ଗଛ ପଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ, ଗୋଆରେ ବି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ ଗୁଜରାଟ, ମହାରାଷ୍ଟ୍ର ଉପକୂଳର ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

You might also like