ସ୍ଥଳଭାଗ ଛୁଇଁଲା ପରେ ଦୁର୍ବଳ ହେବାରେ ଲାଗିଛି ‘ଅମ୍ପନ୍‌’

ନୂଆଦିଲ୍ଲୀ: ସ୍ଥଳଭାଗ ଛୁଇଁଲା ପରେ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମ ‘ଅମ୍ପନ୍‌’। ଅତି ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ଏହା ସାମୁଦ୍ରିକ ଝଡ଼ର ରୂପ ନେଇଛି। ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ଉତ୍ତରପୂର୍ବ ଦିଗକୁ ଆଡ଼କୁ ଗତି କରୁଛି।

ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୩୦ କି.ମି. ବେଗରେ ଅମ୍ପନ୍‌ ଗତି କରୁଛି। ଏବେ କୋଲକାତାର ଉତ୍ତର-ଉତ୍ତରପୂର୍ବର ୨୧୦ କି.ମି., ପଶ୍ଚିମବଙ୍ଗ ଦୀଘା ଠାରୁ ଉତ୍ତର-ଉତ୍ତରପୂର୍ବ ଦିଗରେ ୩୪୦ କି.ମି. ଦୂରରେ
ସାଗର ଦ୍ୱୀପଠୁ ୩୦୦ କି.ମି. ଓ ବାଂଲାଦେଶର ଖେପୁପରାଠୁ ୨୬୦ କିମି ଦୂରରେ ରହିଛି ଅମ୍ପନ୍‌।

ଏହା କ୍ରମଶଃ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହେବବୋଲି ଜଣାପଡ଼ିଛି। ଆସନ୍ତା ୩ ଘଣ୍ଟା ମଧ୍ୟରେ ଡିପ୍ ଡିପ୍ରେସନ୍ ଓ ୬ ଘଣ୍ଟା ମଧ୍ୟରେ ଡିପ୍ରେସନ୍‌ରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଗତକାଲି ପଶ୍ଚିମବଙ୍ଗର ସୁନ୍ଦରବନରେ ଲାଣ୍ଡ୍‌ଫଲ୍‌ କରିବା ପରେ ପ୍ରଳୟ ରଚିଥିଲା ଅମ୍ପନ୍‌। ସେହିପରି ଅମ୍ପନ୍‌ ଯୋଗୁ ଓଡ଼ିଶାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜୋରରେ ପବନ ବହିବା ସାଙ୍ଗକୁ ପ୍ରବଳ ବର୍ଷା ଯୋଗୁ ଉପକୂଳ ଓଡ଼ିଶାରେ ଥିବା ଜିଲ୍ଲା ଗୁଡ଼ିକ ବିଶେଷ ଭାବେ ପ୍ରଭାବିତ ହୋଇଛି।

You might also like