ଡଙ୍ଗାରେ ୧୦୦ରୁ ଅଧିକ ଯାତ୍ରୀ ଯାଉଥିଲେ, ମଝି ନଈରେ ବୁଡ଼ିଗଲା

ଭାଗଲପୁର: ବିହାର ଭାଗଲପୁରରେ ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ଯିବା ଯୋଗୁ ଅନେକ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ଡଙ୍ଗାରେ ୧୦୦ରୁ ଅଧିକ ଲୋକ ଥିଲେ ବୋଲି ସୂଚନା ମିଳିଛି।

ଭାଗଲପୁର ନାଉଗାଚ୍ଛିଆ ଅଞ୍ଚଳରେ ଆଜି ସକାଳେ ଏହି ଅଘଟଣ ଘଟିଛି। ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ଡଙ୍ଗାରେ ବାଇକ୍‌ ଓ ସାଇକେଲ୍‌ ମଧ୍ୟ ଲୋଡ୍‌ ହୋଇଥିଲା। ଏସମସ୍ତ ଯାତ୍ରୀ କାମ କରିବା ପାଇଁ ଯାଉ ଥିବାବେଳେ ଓଭରଲୋଡ୍‌ ଯୋଗୁ ନଦୀରେ ଡଙ୍ଗାଟି ବୁଡ଼ି ଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ୧୫ରୁ ୨୦ ଜଣ ଲୋକ ନିଖୋଜ ଥିବା କୁହାଯାଉଛି। ଡଙ୍ଗାରେ କୃଷକ, ଶ୍ରମିକ ଓ ଗ୍ରାମବାସୀଙ୍କ ସମେତ ଅନେକ ଲୋକ ଥିଲେ। ହେଲେ ନଦୀ ମଝିରେ ଡଙ୍ଗାଟି ଓଲଟି ପଡ଼ିଥିଲା। କିଛି ଲୋକ ପହଁରି ପହଁରି କୂଳ ଆସକୁ ନିଜ ଜୀବନ ବଞ୍ଚାଇଛନ୍ତି।

You might also like