ଆନ୍ଧ୍ର ଡଙ୍ଗାବୁଡ଼ିରେ ମୃତ୍ୟୁ ସଂଖ୍ୟା ୧୨ ଛୁଇଁଲା; ଆହୁରି ବଢ଼ିପାରେ

ଅମରାବତୀ: ଆନ୍ଧ୍ରପ୍ରଦେଶର ଦେବୀପଟନମ୍‌ଠାରେ ବଡ଼ ଧରଣର ଡଙ୍ଗାବୁଡ଼ିରେ ପ୍ରାୟ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗୋଦାବରୀ ନଦୀରେ ଘଟିଥିବା ଏହି ଦୁର୍ଗଟଣାରେ ୬୧ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଡଙ୍ଗା ବୁଡ଼ିଯାଇଛି। ଏଥିରେ ୫୦ ଜଣ ପର୍ଯ୍ୟଟକ ଥିଲେ ଏବଂ ୧୧ ଜଣ ଷ୍ଟାଫ୍‌ ଥିଲେ। ଶେଷ ଖବର ସୁଦ୍ଧା ୪୦ ଜଣ ନିଖୋଜ ଅଛନ୍ତି। ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।

ଏମାନଙ୍କ ଉଦ୍ଧାର ପାଇଁ ଜାତୀୟ ଉଦ୍ଧାରକାରୀ ଦଳ ଏନ୍‌ଡିଆରଏଫ୍‌ ପକ୍ଷରୁ ୩୦ ଜଣ ଲେଖାଏ ସଦସ୍ୟ ଥିବା ୨ଟି ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଏହି ଦୁଇ ଏନ୍‌ଡିଆରଏଫ୍‌ ଦଳ ଗୁଣ୍ଟୁର ଏବଂ ବିଶାଖାପାଟନମ୍‌ରୁ ଆସି ପହଞ୍ଚିଛନ୍ତି।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ଡଙ୍ଗାଟି ରାଜମହେନ୍ଦ୍ରୀରୁ ପାପିକୁଣ୍ଡୁଲମ୍‌ ଯାଉଥିବା ସୂଚନା ମିଳିଛି। ଏହି ନଦୀରେ ଜଳସ୍ତରର ମାତ୍ରା ବୃଦ୍ଧି ପାଇଛି ଏବଂ ଆଜି ବୃହତ୍‌ ପରିମାଣର ବନ୍ୟାଜଳ ମାଡ଼ିଆସିଥିବାରୁ ଏହା ବିପଜ୍ଜନକ ସ୍ଥିତିରେ ଥିବା କୁହାଯାଉଛି। ଏହି ଯାତ୍ରୀମାନେ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ବୁଲିବାକୁ ଯାଉଥିଲେ।

ଆହୁରି ପଢ଼ନ୍ତୁ

ଭାଙ୍ଗିଲା ପୁରୁଣା ସମ୍ପର୍କ; ଏନ୍‌ଡିଏକୁ ବାଏ ବାଏ କଲା ସିରୋମଣି ଅକାଳି ଦଳ

ଅକ୍ଟୋବର-୧ରୁ ସିନେମା, ନାଟକ, ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରା ଆଦିକୁ ଅନୁମତି

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ: କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ?

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କେନ୍ଦ୍ର ବିଜେପିରେ ବଡ଼ଧରଣର ପରିବର୍ତ୍ତନ; କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

WHO ସତର୍କବାଣୀ; କରୋନାରେ ୨୦ ଲକ୍ଷ ଲୋକଙ୍କ ଜୀବନ ଯିବ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

You might also like