ଥାନେରେ ବଡ଼ ଧରଣର ଦୁର୍ଘଟଣା : ଭୁଶୁଡ଼ିଲା କୋଠା, ୭ ମୃତ

ଅନେକ ଫସି ରହିଥିବା ଆଶଙ୍କା

ଥାନେ : ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ବଡ଼ ଧରଣର ଦୁର୍ଘଟଣା । ଉହ୍ଲାସନଗର ଅଞ୍ଚଳରେ ଏକ ଆବାସିକ ବିଲ୍ଡିଂର ସ୍କାବ ଭୁଶୁଡ଼ି ପଡ଼ିବାରୁ ୭ ଜଣ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ଅନେକ ଆହତ ହେବା ସହ ୩ରୁ ୪ ଜଣ ଲୋକ କୋଠା ତଳେ ଦବି ରହିଥିବା ଆଶଙ୍କା କରାଯାଉଛି । ଦୁର୍ଘଟଣା ଘଟିବା ପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ପ୍ରାରମ୍ଭିକ ସୂଚନା ଅନୁସାରେ ଆବାସିକ ବିଲ୍ଡିଂର ଏକ ବଡ଼ ସ୍ଲାବ୍ ପାଞ୍ଚ ମହଲାରୁ ହଠାତ ଗ୍ରାଉଣ୍ଡ୍ ଫ୍ଲୋର ଉପରେ ଖସି ପଡ଼ିଥିଲା । ଉହ୍ଲାସନଗରର ନେହରୁ ଛକ ସ୍ଥିତ ସାଇ ସିଦ୍ଧିି ଆପାଟମେଣ୍ଟରେ ଏହି ଦୁର୍ଘଟଣା ଘଟିଛି । ପାଖାପାଖ ସାଢେ ରାତି ସାଢ଼େ ୯ଟା ସ୍ଲାବ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି । ଏହି ବିଲ୍ଡିଂଟି ପଞ୍ଚମ ମହଲା ବିଶିଷ୍ଟ ।

ଶୁକ୍ରବାର ରାତି ସାଢ଼େ ୯ଟାରେ ପଞ୍ଚମ ଫୋଲାର ସ୍ଲାବ ଭୁଶୁଡ଼ି ଚତୁର୍ଥ, ତୃତୀୟ, ଦ୍ୱିତୀୟ ଓ ପ୍ରଥମ ମହଲାର ଛାତକୁ ଭାଙ୍ଗି ତଳେ ପଡ଼ିଥିଲା । ଦୁର୍ଘଟଣା ସମୟରେ ପହଞ୍ଚମ ମହଲାରେ କିଛି ଲୋକ ଉପସ୍ଥିତି ଥିଲେ । ଏହି ବିଲ୍ଡିଂ ପାଖାପାଖି ୨୬ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି । ସାଇ ସିଦ୍ଧିି ଆପାଟମେଣ୍ଟରେ ୨୯ ପରିବାର ରହୁଥିଲେ । ଏବେ ସୁଦ୍ଧା ଘଟଣାସ୍ଥଳରୁ ୭ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଅନେକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି । ତେବେ ବର୍ତ୍ତମାନ ବିଲ୍ଡିକୁ ସିଲ କରିଦିଆଯାଇଛି । ମ୍ୟୁନିସିପାଲ କନେର୍ପାରେସନର ଅଗ୍ନିଶମ ବିଭାଗ ଟିମ୍ ଏବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

You might also like